ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା: ବେକ ଓ ମୁଣ୍ଡକୁ ହାଣିବା ସହ ହାତ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

ସୋର(କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁତ୍ର ପ୍ରଦୀପ ନାୟକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପଳାଇ ଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକମାନେ ଦେଖି ଆମ୍ବୁଲାନ୍ସ ଦ୍ଵାରା ମୃତଦେହକୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ମୃତ ପ୍ରଦୀପଙ୍କ ବେକ, ମୁଣ୍ଡକୁ ଦୁର୍ବୃତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ ହାଣି ଥିବାବେଳେ ହାତକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରଭାସ କୁମାର ଜେନା ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।