ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଯୁବକଙ୍କୁ ଛୁରାମାଡ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ କଲେ ଆକ୍ରମଣ

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ଛୁରାମାଡ । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଆହତ ଯୁବକ ହେଲେ ଆଶିଷ କୁମାର ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ଛୁରାମାଡ କରିଥିବା ଜଣାପଡିଛି । ଛୁରାମାଡ ପରେ ସହିଦ ନଗର ଥାନାରେ ଏନେଇ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିପୋଲିସ୍‌ ।