ପଡିଶା ଘର ଛେଳି ଖାଇଗଲା ମୋ ଚାଉଳ, ତାକୁ ଗିରଫ କର ଥାନା ବାବୁ

ସୋର(କେନ୍ଯୁଜ୍): ପଡିଶା ଘର ଛେଳି ଖାଇଗଲା ଚାଉଳ । ତାକୁ ଗିରଫ କର ଥାନା ବାବୁ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଚିନ୍ତାମଣିପଦା ଅଞ୍ଚଳରେ। ଏଭଳି ଏକ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଜଣେ ଯୁବକ । ପଡିଶା ଘର ଛେଳି ଆସି ଚାଉଳ ଖାଇ ଦେବାରୁ ଛେଳିକୁ ସାଙ୍ଗରେ ନେଇ ଥାନାରେ ହାଜର ହୋଇଥିଲେ ଯୁବକ ଜଣଙ୍କ ।

କୁଚିଆ ନାମକ ଯୁବକଙ୍କ ଘରେ କିଛିଦିନ ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ଏକ ଛେଳି ପଶି ଚାଉଳ ଖାଇଯାଇଥିଲା । ଏହାପରେ ଉତିକ୍ଷିପ୍ତ ହୋଇପଡି କୁଚିଆ ଛେଳିଟିକୁ ମାରି ତା ମାଂସ ଖାଇଦେଇଥିଲେ । ଏହି ଘଟଣା ଯାଇ ପହଞ୍ଚିଥିଲା ଥାନାରେ । ଏହାପରେ ଛେଳି ମାଲିକଙ୍କ ଅଭିଯୋଗ ଅନୁଯାୟୀ ୮ ହଜାର ଟଙ୍କା ଜୋରିମାନା ଗଣିଥିଲେ କୁଚିଆ ।

ତେବେ କିଛି ଦିନ ନଯାଉଣୁ ବର୍ତ୍ତମାନ ପୁଣି ପଡିଶା ଘରର ଛେଳି ଆସି ଚାଉଳ ଖାଇବାକୁ ଘରେ ପଶିବାରୁ , ସେ ସିଧା ଛେଳିକୁ ଧରି ନେଇ ଥାନାରେ ପହଞ୍ଚିଥିଲେ । ଆଉ ତାଙ୍କର ଗୋଟିଏ ଦାବି ଥିଲା ଛେଳିକୁ ଗିରଫ କରାଯାଉ ଓ ତାଙ୍କୁ ନ୍ଯାୟ ଦିଆଯାଉ । ଏଭଳି ଅଜବ ଘଟଣା ଏବେ ସମଗ୍ର ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.