Below header

ବାଇକ ସହ ଜଳିଯାଇଥିବା ଯୁବକଙ୍କ ମିଳିଲା ପରିଚୟ, ବାହାଘର ଭୋଜିରେ ଯୋଗ ଦେଇ ଫେରିବାବେଳେ ଘଟିଥିଲା ଅଘଟଣ

ଭୁବନେଶ୍ୱର(କେନ୍ୟୁଜ): ରାତିଅଧରେ ରାଜଧାନୀରେ ଅଘଟଣ। ବାଇକ ସହ ଜଳିଗଲେ ଯୁବକ। ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ ସହ ଜଳିଯାଇଛନ୍ତି। କିପରି ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ରେ ପଡିଥିବାବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଲୋକମାନେ ତାଙ୍କୁ ତୁରନ୍ତ ବାଇକରୁ ଘୋଷାଡି ଆଣିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

ମୃତ ଯୁବକଙ୍କ ନାଁ ଚନ୍ଦନ ପତି ତାଙ୍କ ଘର ଜଗତସିଂହପୁର ଜିଲ୍ଲା ପୁରୋହିତପୁର ଗାଁରେ। ସେ କେସୁରାରେ ରୁହନ୍ତି। ଚନ୍ଦ୍ରଶେଖରପୁରରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରିବାବେଳେ ଏହି ଅଘଟଣ ଘଟିଥିଲା। ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ ପଠାଯାଇଛି। ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯୁବକଙ୍କ ଗାଡିଟି କଟକ RTO ରେଜିଷ୍ଟ୍ରେସନ୍‌ ହୋଇଥିବା ଜଣାପଡିଛି। ଗାଡି ନମ୍ବର ହେଉଛି ODO5AH6381। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.