ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ଯା କଲେ ମହିଳା

ଆନନ୍ଦପୁର(କେନ୍ୟୁଜ): ମଦନିଶା ନେଲା ଜୀବନ। ଜଣେ ବୃଦ୍ଧା ଓ ଜଣେ ମହିଳା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିବାବେଳେ ମହିଳା ଜଣକ ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ମାରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୋଡାସିଙ୍ଗିଡି ଗ୍ରାମରେ। ଅଭିଯୋଗରୁ ଜଣାଯାଇଛି ଯେ ଠାକୁରମୁଣ୍ଡା ଅଞ୍ଚଳର ଜ୍ୟୋସ୍ନା ପାତ୍ର ନାମକ ଜଣେ ବୃଦ୍ଧା ନିଜ ଝିଅ ଘର ମଠଡାହିରେ ଆସି ରହୁଥିଲା । ସେ ନିୟମିତ ଛେନାପଦି ମାର୍କେଟକୁ ଯାଇ ବଜାର ସଫା କରି ଯିଏ ଯାହା ଦିଅନ୍ତି ସେଥିରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।

ତେବେ ଗତକାଲି ସକାଳ ୯ଟାବେଳେ ସେହି ଗ୍ରାମର ସାର ନାଇକ ନାମକ ମହିଳାଙ୍କ ସହ ସେ ନିକଟସ୍ଥ ପୋଡାସିଙ୍ଗିଡି ଗାଁକୁ ଦେଶୀମଦ ପିଇବାକୁ ଯାଇଥିଲା । ସେଠାରେ କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ସାର ଏକ ପଥରରେ ଜ୍ୟୋସ୍ନାର ମୁଣ୍ଡକୁ ଛେଚି ଦେବାରୁ ସେ ଗୁରୁତର ଆହତ ହୋଇ ସେଠାରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସୋସୋ ଓ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିଥିବା ବେଳେ ପୋଲିସ ସାର ନାଇକକୁ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.