ବିବାହର ୩ ମାସ ପରେ ଖୁସି ଖବର ଦେଲେ ଆଲିଆ, ଖୁବଶୀଘ୍ର ବାପା ହେବେ ରଣବୀର

ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ନବବିବାହିତା ଆଲିଆ ଭଟ୍ଟ। ଅର୍ଥାତ୍‌ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ଆଲିଆ। ଆଲିଆ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜଣାଇଛନ୍ତି। ଆଉ ଆଲିଆଙ୍କ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ନିଶ୍ଚିତ। ଆଲିଆ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଲିଆ ହସପିଟାଲରେ ରଣବୀରଙ୍କ ସହିତ ଅଛନ୍ତି। ଆଉ ହସପିଟାଲ ବେଡରେ ଆଲିଆ ପଡି ମନିଟରରେ ଲଭ୍‌ ସଂକେତ ଥିବା ଫଟୋକୁ ଦେଖୁଛନ୍ତି। ଆଉ ଇନଷ୍ଟାରେ ଲେଖିଛନ୍ତି, ଆମ ପିଲା, ଖୁବଶୀଘ୍ର ଆସୁଛି। ଏହାସହିତ ଲଭ୍‌ ଇମୋଜୀ ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଲିଆଙ୍କ ଏହି ଫଟୋରେ ବଲିଉଡ ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି। ପ୍ରିୟଙ୍କା ଚୋପ୍ରା, ନୀତି ମୋହନ, ରିଦ୍ଧିମା କପୁର, ରକୁଲପ୍ରୀତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ଆଲିଆଙ୍କ ମା’ ରଣବୀରଙ୍କୁ ୨.୫ କୋଟି ଟଙ୍କାର ଏକ ଘଣ୍ଟା ଉପହାର ଦେଇଛନ୍ତି। ରୀତିନୀତି ଅନୁଯାୟୀ ହୋଇଥିବା ବିବାହ ସରିବା ପରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ କାଶ୍ମୀର ଶାଲ୍‌ ରିଟର୍ଣ୍ଣ ଉପହାର ଭାବେ ଦିଆଯାଇଛି। ଆଉ ଏହି ଶାଲ୍‌କୁ ଆଲିଆ ହିଁ ସମସ୍ତଙ୍କ ପାଇଁ ପସନ୍ଦ କରିଥିଲେ। ଏହି ଶାଲ୍‌ ପାଇ ବିବାହକୁ ଆସିଥିବା ସମସ୍ତ ଅତିଥି ବହୁତ ଖୁସି ରହିଛନ୍ତି।

ବିବାହ ପରେ ଆଲିଆ ଖୁବଶୀଘ୍ର ପରଦାକୁ ଫେରିବେ। ବିବାହ ପରେ ପ୍ରଥମେ ହଲିଉଡ ଫିଲ୍ମରେ କାମ କରିବେ। ଆଲିଆଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ୯ ସେପ୍ଟେମ୍ବରକୁ ‘ବ୍ରହ୍ମାସ୍ତ୍ର’ର ରିଲିଜ ହେବ। ସୂଚନାଯୋଗ୍ୟ, ଏହି ଫିଲ୍ମର ତିନିଟି ପାର୍ଟ ରହିବ। ପ୍ରଥମ ପାର୍ଟ ୯ ସେପ୍ଟେମ୍ବରରେ ରିଲିଜ ହେବ। ବାକି ଦୁଇଟି ଏହା ପରେ ରିଲିଜ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.