କିଏ କହିଲା ହଜିଯାଇଛି ମାନବିକତା? ମୃତ ହନୁର ସତ୍କାର କରି ଉଦାହାରଣ ସାଜିଲେ ବେଗୁନିଆର ଯୁବଗୋଷ୍ଠୀ

ବେଗୁନିଆ(କେନ୍ୟୁଜ୍): ଏବେ ବି ହଜି ଯାଇନି ମାନବିକତା । ପଶୁ ହେଲେ ବି ମୃତ୍ୟୁ ପରେ ମନୁଷ୍ୟ ପରି କରାଯାଇଛି ଶେଷକୃତ୍ୟ। ଠିକ ଆତ୍ମୀୟ ସ୍ବଜନ ପରି ଗାଁର ଯୁବଗୋଷ୍ଠୀ ଏକ ମଲା ମାଙ୍କଡର ଶେଷକୃତ୍ୟ ଏକ ମଣିଷର ଶେଷକୃତ୍ୟ ପରି ସମ୍ପର୍ଣ୍ଣ  କରିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଅଞ୍ଚଳରେ ।

ବେଗୁନିଆ ନୂଆସାହି ଠାରେ ଗୋଟିଏ ମାଙ୍କଡ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ସେହି ମୃତ ମାଙ୍କଡଟିକୁ    ଆଜି କିଛି ସ୍ଥାନୀୟ ଯୁବକ ଧର୍ମୀୟ ଭାବନାର ରିତିନୀତି ଅନୁସାରେ ସଂସ୍କାର କରିଛନ୍ତି  । ଏହି ସମୟରେ ସମସ୍ତେ ଏକ ସ୍ବରରେ ରାମ ନାମ ସତ୍ୟ ହେ, କୃଷ୍ଣ ନାମ ସତ୍ୟ ହେ ଧ୍ବନି ଦେଇ ମାଟିରେ କବର ଦେଇଥିଲେ। ଯୁବ ଗୋଷ୍ଠୀଙ୍କ ଏପରି ଭାବନାକୁ ନେଇ ଗାଁ ଲୋକ ପ୍ରଶଂସା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.