ଜମିଜମା ବିବାଦ ଆଗରେ ଭୁଲିଗଲେ ରକ୍ତ ସମ୍ପର୍କ : ବିଚ୍ ରାସ୍ତାରେ ସାନଭାଇର ଖଣ୍ଡା ଚୋଟରେ ଗଲା ବଡଭାଇର ଜୀବନ

ଜୟପୁର: ଜମିଜମା ବିବାଦରୁ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାନଭାଇର ଖଣ୍ଡା ଚୋଟରେ ବଡଭାଇର ଗଲା ଜୀବନ। ମିଳିଥିବା ଖବର ମୁତାବକ, ସାନଭାଇ ଲକ୍ଷ୍ମଣ ହରିଜନ ବଡଭାଇ ଦଶରଥ ହରିଜନକୁ ଖଣ୍ଡାରେ ହାଣି ହତ୍ୟା କରିଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁରର କୋଟପାଡ଼ ବ୍ଲକ ସଶାହାଣ୍ଡି ଗ୍ରାମରେ । ତେବେ ଦଶରଥ କିଛି ସମୟ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ। କିଛି ଘଣ୍ଟା ପରେ ଖବର ମିଳିବାପରେ ଦଶରଥଙ୍କୁ ବୋରିଗୁମ୍ମା ଡାକ୍ତରଖାନା ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ କରି ଥିବା ସାନଭାଇ ଲକ୍ଷଣ ହରିଜନ ଫେରାର ହୋଇଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.