ସରକାରଙ୍କ ନୂଆ ଯୋଜନା: ଗରିବ ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା

କର୍ଣ୍ଣାଟକ ସରକାର ଆଣିଲେ ନୂଆ ଯୋଜନା। ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା। କର୍ଣ୍ଣାଟକ ସରକାରଙ୍କ ଅଧିନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରେୟୀ ନାମରେ ୨ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛି । ଏହି ଯୋଜନା ଏବେ ପାଇଲଟ ପ୍ରୋଜେକ୍ଟ ସ୍ତରରେ ରହିଛି। ଏଥିପାଇଁ ଏହାର ଫାଇଦା ଉଠାଉଥିବା ଲୋକଙ୍କ ସଂଖ୍ଯା ମଧ୍ୟ ସୀମିତ ରଖାଯାଇଛି।

ଏଥିପାଇଁ ସର୍ତ୍ତ ରଖାଯାଇଛି କି, ବିବାହର ୫ ବର୍ଷ ପରେ ଏହି ସହାୟତା ଦିଆଯିବ ଏବଂ ଏଥିପାଇଁ ଦମ୍ପତିକୁ ବୋର୍ଡର ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ । ସେମାନେ ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ସେମାନଙ୍କୁ ପ୍ରମାଣ ଦାଖଲ କରିବାକୁ ପଡ଼ିବ । ବୋର୍ଡ କହିଛି କି ଅନେକ ମନ୍ଦିର ପୂଜାରୀ ଓ ପୁରୋହିତ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଥିବାରୁ ସେମାନଙ୍କୁ ସହାୟତା କରିବା ପାଇଁ ଏପରି ଯୋଜନା କରାଯାଇଛି ।

marriage

ଅରୁନ୍ଧତୀ ଯୋଜନାରେ ୫୫୦ ଗରିବ ବ୍ରାହ୍ମଣ ଯୁବତୀଙ୍କୁ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ତରଫରୁ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। କିନ୍ତୁ ଯଦି ଯୁବତୀ ଜଣକ ନିଜ ସମୁଦାୟର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀଙ୍କୁ ବିବାହ କରିବେ, ତାହାହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.