ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକକୁ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି । ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ହାଜର କରାଯାଇଛି ।

ନୟାଗଡ଼ ପୋଲିସର ଏକ ଟିମ୍‌ ଅନୁଗୁଳ ଯାଇ ନୟାଗଡ଼ ଆଣିଛି। ନାରକୋ ଆନାଲିସିସ ଟେଷ୍ଟ ଉପରେ ଏସଆଇଟି ଆବେଦନ କରିଥିଲା । ଏହାରି ଉପରେ ଆଲୋଚନା କରାଯାଉଛି । ଏଥିପାଇଁ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି । ଆଲୋଚନା ପରେ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.