Below header

ରକ୍ତ ସମ୍ପର୍କରେ ରକ୍ତର ଛିଟା: ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ସୈତାନ ସାଜିଲା ଭାଇ । ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟର ଏହି ଘଟଣା ଘଟିଛି ।

ରାଉରକେଲା (କେନ୍ୟୁଜ): ରକ୍ତ ସମ୍ପର୍କରେ ରକ୍ତର ଛିଟା । ସୈତାନ ସାଜିଲା ଭାଇ । ଭାଇକୁ ଗୁଳି ମାରିଲା । ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟର ଏହି ଘଟଣା ଘଟିଛି । ପିକନିକରେ ଯୁକ୍ତିତର୍କ ପରେ ଗୁଳି ମାରିଥିଲା ବଡ଼ ଭାଇ । ଦୁଇ ଭାଇ ନିଶାସକ୍ତ ଅବସ୍ଥାରେ ଥିଲେ । ବିଶ୍ରା ଥାନାରେ ବଡ଼ଭାଇକୁ ଅଟକ ରଖିଛି ପୋଲିସ ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ତେତେରକେଲା ଘାଟରେ ଆୟୋଜିତ ଭୋଜିରେ ଘଟିଥିଲା ଏହି ଘଟଣା। ବଡ଼ଭାଇ କାହିଁକି ତାଙ୍କ ଭାଇଙ୍କୁ ଗୁଳି କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ସାନଭାଇ ଉପରକୁ ଗୁଳି କଲା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.