Below header

ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଭକ୍ତ: ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରାୟ ୫ ଲକ୍ଷ ଲୋକ

ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ହୋଇଥିଲେ ରେକର୍ଡ଼ ସଂଖ୍ୟକ ଭକ୍ତ । ତେବେ ଅତି ଶୃଙ୍ଖଳିତ ଦର୍ଶନ କରିଛନ୍ତି ସମସ୍ତେ । ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରାୟ ୫ ଲକ୍ଷ ଲୋକ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବାରୁ ରାଜ୍ୟ ସରକାର ଓ ପୁରୀ ପୋଲିସକୁ ପ୍ରଂଶସା କରିଛ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ।

ପୁରୀ(କେନ୍ୟୁଜ):  ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ହୋଇଥିଲେ ରେକର୍ଡ଼ ସଂଖ୍ୟକ ଭକ୍ତ । ତେବେ ଅତି ଶୃଙ୍ଖଳିତ ଦର୍ଶନ କରିଛନ୍ତି ସମସ୍ତେ । ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରାୟ ୫ ଲକ୍ଷ ଲୋକ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବାରୁ ରାଜ୍ୟ ସରକାର ଓ ପୁରୀ ପୋଲିସକୁ ପ୍ରଂଶସା କରିଛ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ। ନୂଆବର୍ଷରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି କିଭଳି ଶୃଙ୍ଖଳିତ କରାଯାଇ ପାରିବ ସେଥିପାଇଁ ଅଣ୍ଟା ଭିଡ଼ିଥିଲା ପୋଲିସ ପ୍ରଶାସନ।

ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଥିଲେ। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଥିଲା । ସବୁଠାରୁ ବଡ଼ କଥା ଥିଲା, ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ପାଇଥିଲେ ଭକ୍ତ । ନିଜେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌‌ପି କେ. ବିଶାଳ ସିଂହ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ ।

ବଡ଼ାଦଣ୍ଡରୁ ଆରମ୍ଭ କରି ମନ୍ଦିର ଭିତରକୁ ଭକ୍ତମାନେ ଯେଭଳି ସୁରୁଖୁରୁରେ ପ୍ରବେଶ କରିବେ ଏବଂ ମନ୍ଦିର ଭିତରେ ତିନି ଠାକୁରଙ୍କ ଦର୍ଶନ କରିିବେ ସେନେଇ ପଦକ୍ଷେପ ନିଆଯାଇଥିଲା। ତେବେ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ନୂଆ କରି ତିଆରି କରିଥିବା ଏସି ସେଡ୍ ଏଥିରେ ବିଶେଷ ସହାୟକ ହୋଇଥିଲା। ଭକ୍ତମାନେ ସେଡ୍ ଭିତରେ ଅଧିକ ସମୟ ଅପେକ୍ଷା କରି ରହୁଥିଲେ ସେମାନଙ୍କ ପାଇଁ ବସିବା ସହ ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ଯାହା ଫଳରେ ଠେଲାପେଲା ନହୋଇ ଶୃଙ୍ଖଳିତ ଭାବେ ବଡ଼ ଠାକୁରଙ୍କ ଦର୍ଶନ କରି ଆନନ୍ଦ ଲାଭ କରିଥିଲେ ଶ୍ରଦ୍ଧାଳୁ । ଏହାସହିତ ଗତକାଲିଠାରୁ ଶାଳୀନତା ପୋଷାକ ପରିଧାନ, ପାନ ଗୁଟଖା ଉପରେ କଟକଣା ସହ ଶ୍ରୀମନ୍ଦିର ଭିତରକୁ ପ୍ଲାଷ୍ଟିକ ପଲିଥିନ ବ୍ୟାନ୍ କରାଯାଇଛି । ସେପଟେ ଭକ୍ତମାନେ ଶାଳୀନତା ପୋଷାକ ନପିନ୍ଧି ଆସିଲେ ସେମାନଙ୍କୁ ଦରକାର ପଡିଲେ ଜଗା ଦର୍ଶନ ବାରଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ଭତକାଲି ନୂତନ ବର୍ଷର ପ୍ରଥମ ଦିନରେ ଦିବ୍ୟ ଅନୁଭୂତି ସହ ଶ୍ରୀଜିଉଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବେଶ ଖୁସି ହୋଇଥିଲେ। ଆଗକୁ ଆହୁରି ବ୍ୟବସ୍ଥିତ ଓ ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା । ଯାହାକୁ ନେଇ ଗତକାଲିଠାରୁ ଲାଗୁ ହୋଇଥିବା ନୂଆ ଦର୍ଶନ ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.