Below header

ସାନଭାଇର ଟାଙ୍ଗିଆ ଚୋଟରେ ଗଲା ବଡ଼ଭାଇର ଜୀବନ

ସୁନ୍ଦରଗଡ଼ କେ ନ୍ୟୁଜ): ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ। ସାମାନ୍ୟ ବଚସାରୁ ବଡ଼ଭାଇକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରି ଫେରାର ହେଲା ସାନଭାଇ। ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନାର ଫୁଲଝର ଗାଁରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଗତକାଲି ରାତିରେ ଦୁଇ ଭାଇ ଖାଉଥିବା ବେଳେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ପାଖରେ ଥିବା ଟାଙ୍ଗିଆରେ ବଡ଼ ଭାଇକୁ ହତ୍ୟା କରିଥିଲା। ପରେ ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଛି। ଆଜି ସକାଳେ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏବେବି ସାନଭାଇ ଫେରାର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.