ଯୁବତୀଙ୍କୁ ସାକ୍ଷାତ କରିବାକୁ ଆସି ଛେଚା ଖାଇଲେ ପ୍ରେମିକ ଓ ତାଙ୍କ ସହଯୋଗୀ

ଯାଜପୁର ଟାଉନ(କେନ୍ୟୁଜ୍‌) : ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିବା ଜଣେ ଯୁବକ ଓ ତାର ଜଣେ ସହଯୋଗୀକୁ ସ୍ଥାନୀୟ ଲୋକେ କାବୁକରି ପୁଲିସ୍କୁ ହନ୍ତାନ୍ତର କରିଛନ୍ତି । ପୁଲିସ୍ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଳକ ତଥା ମଙ୍ଗଳପୁର ଥାନା ଅଧୀନ କନିକାପଡା ପଞ୍ଚାୟତ ମାନ୍ସିଂହ ପାଟଣା ଗ୍ରାମରେ ।

ସୂଚନାନୁଯାୟୀ, ବିଞ୍ଝାରପୁର ଥାନା ସହିଦ୍ପୁର ଗ୍ରାମର ଜଣେ ଯୁବକ ଉକ୍ତ ଗ୍ରାମର ଜୈନିକା ଯୁବତୀଙ୍କୁ ପ୍ରେମ କରିଆସୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଥିବା ଏହି ପ୍ରେମ ସମ୍ପର୍କ ଛିନ୍ନ ହୋଇଥିଲା । ସମ୍ପୃକ୍ତ ଯୁବତୀ ଦୁଇ ଦିନ ପୂର୍ବେ ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା କନିକାପଡା ପଞ୍ଚାୟତ ମାନସିଂହପାଟଣା ଗ୍ରାମରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ ।

ଯୁବତୀ ମାନସିଂହପାଟଣାରେ ଥିବା ଜାଣିବାକୁ ପାଇ ସମ୍ପୃକ୍ତ ଯୁବକ ମଙ୍ଗଳବାର ଅପରାହ୍ନରେ ତାଙ୍କର ଜଣେ ସହଯୋଗୀ ଯୁବକଙ୍କୁ ସାଙ୍ଗରେ ନେଇ ମାନ୍ସିଂହପାଟଣା ଗ୍ରାମକୁ ଆସିଥିବା ବେଳେ ଯୁବତୀଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ହାବୁଡରେ ପଡିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଗ୍ରାମବାସୀ ଦୁଇ ଯୁବକଙ୍କୁ ଅଟକରଖି ମାରଧର କରି ମଙ୍ଗଳପୁର ପୁଲିସ୍କୁ ଜିମା ଦେଇଥିଲେ । ମଙ୍ଗଳପୁର ପୁଲିସ୍ ଦୁଇ ଯୁବକଙ୍କୁ ଥାନାରେ ଅଟକରଖି ଘଟଣାର ତଦନ୍ତ ଜାରିରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.