ମୋବାଇଲ୍ ପାଇଁ କାଠଫାଳିଆରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଜୋରରୁ ମିଳିଲା ମୃତଦେହ
ମୋବାଇଲ୍ ପାଇଁ ହତ୍ୟା । ସାମାନ୍ୟ ମୋବାଇଲ୍ ପାଇଁ ଯୁବକଙ୍କୁ ଜୀବନରୁ ମାରିଦେଲେ । ଶେଷରେ ଦୁଇ ଦିନ ନିଖୋଜ ପରେ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିନସ୍ଥ ମାଧପୁର ନଟିଆ ଜୋରରୁ କ୍ଷତ ବିକ୍ଷତ ଅବସ୍ଥାରେ ମିଳିଛି ମୃତଦେହ ।
ଚାନ୍ଦବାଲି(କେନ୍ୟୁଜ୍): ମୋବାଇଲ୍ ପାଇଁ ହତ୍ୟା । ସାମାନ୍ୟ ମୋବାଇଲ୍ ପାଇଁ ଯୁବକଙ୍କୁ ଜୀବନରୁ ମାରିଦେଲେ । ଶେଷରେ ଦୁଇ ଦିନ ନିଖୋଜ ପରେ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିନସ୍ଥ ମାଧପୁର ନଟିଆ ଜୋରରୁ କ୍ଷତ ବିକ୍ଷତ ଅବସ୍ଥାରେ ମିଳିଛି ମୃତଦେହ ।
ମୃତ ଯୁବକ ହେଲେ ଅଣଖାସାହିର ଶୁକାନ୍ତ ଦାସ । ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍। ତେବେ ପୁଅକୁ ମାରି ଦେଇଥିବା ନେଇ ଚାନ୍ଦବାଲି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ କରି ସ୍ଥାନୀୟ ଅଂଚଳର ଜଣକୁ ଗିରଫ କରିଛି ।
ପୋଲିସ ତଦନ୍ତରେ ଜାଣିବାକୁ ପାଇଛି ମୋବାଇଲକୁ ନେଇ ମୃତ ଯୁବକ ଶୁକାନ୍ତ ଦାସ ଓ ସେହି ଗାଁର ଜୟଦେବ ଦାସଙ୍କ ଭିତରେ ଶତୃତା ଥିଲା। ଜୟଦେବଙ୍କ ମୋବାଇଲ ସୁକାନ୍ତ ଭାଙ୍ଗିଥିବାରୁ ତାଙ୍କୁ ମୋବାଇବ ବାବଦରେ ଟଙ୍କା ଦେଉନଥିଲେ। ଏହି ଘଟଣାରେ ରାଗିଯାଇ ଜୟଦେବ କାଠଫାଳିଆରେ ଶୁକାନ୍ତଙ୍କୁ ମାଡ ମାରିବା ସହ ଜୀବନରୁ ମାରି ଦେଇଥିଲା। ମାରିବା ପରେ ଟାଣି ଟାଣି ନେଇ ନଟିଆ ଜୋରରେ ପିଙ୍ଗି ଦେଇଥିଲା। ଏହି ଘଟଣାରେ ପୋଲିସ ଜୟଦେବ ଦାସକୁ ଗିରଫ କରିଛି।
ଖବର ଥାଉକି, ଗତ ୧୩ ତାରିଖ ରାତିରୁ ଶୁକାନ୍ତ ଦାସ ଘରୁ ବାହାରି ଆଉ ଫେରିନଥିଲେ। ୧୫ତାରିଖ ସକାଳୁ ସକାଳୁ ଗାଁ ପାଖ ନଟିଆ ଜୋରରେ ଶୁକାନ୍ତଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ।
ଏସମାଜରେ ଦିନକୁ ଦିନ ବଢି ଚାଲିଲାଣି ଅପରାଧ। ସାମାନ୍ୟ ଛୋଟ ଛୋଟ ଘଟଣାକୁ ନେଇ ମଣିଷ ମଣିଷର ଜୀବନ ନେବାକୁ ବି ପଛାଉନରହିଁ । କେତେକ ସ୍ଥାନରେ ଅପରାଧୀ ଅପରାଧ ଘଟାଇ ଖସି ପଳାଉଥିବାବେଳେ, କେତେକ ସ୍ଥାନରେ ଅପରାଧୀକୁ ଧରିବାରେ ସକ୍ଷମ ହେଉଛି ପୋଲିସ୍ । ତେବେ ଶୁକାନ୍ତକୁ ମାରିଥିବା ଅଭିଯୁକ୍ତ ଗିରଫ ହେଲା ସତ ତାକୁ ଦଣ୍ଡ ବି ମିଳିବ ଏକଥା ବି ସତ, ହେଲେ ଶୁକାନ୍ତକୁ ଆଉ କଣ ଫେରିପାଇବେ ପରିବାର ଲୋକେ?