ନବରାତ୍ର ପାଇଁ ବିରଜା ପୀଠ ଚଳଚଞ୍ଚଳ, ତୃତୀୟ ଦିନରେ ଗର୍ଭଗୃହକୁ ଯାଇ ମା’ଙ୍କ ପାଦ ସ୍ପର୍ଶ କରୁଛନ୍ତି ଶ୍ରଦ୍ଧାଳୁ
ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା। ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ। ନବରାତ୍ର ପାଇଁ ଚଳଚଞ୍ଚଳ ହୋଇପଡିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭଗୃହକୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ଯାଜପୁର (କେନ୍ୟୁଜ); ଆସୁଛନ୍ତି ମାଆ, ଉଲ୍ଲସିତ ଧରା। ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା। ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ। ନବରାତ୍ର ପାଇଁ ଚଳଚଞ୍ଚଳ ହୋଇପଡିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭଗୃହକୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଭୋରରୁ ଶାସନ ବ୍ରାହ୍ମଣ ବୈତରଣୀରୁ ଜଳ ଆଣି ମାଙ୍କୁ ସ୍ନାନ କରାଇଛନ୍ତି। ମାଙ୍କ ଦୁର୍ଗାତ୍ସୋବର ସ୍ବତନ୍ତ୍ରତା ହେଉଛି ରଥଯାତ୍ରା । ଏହି ବିରଳ ପରମ୍ପରା ଅନ୍ୟ କୌଣସି ଦେଖିବାକୁ ମିଳେନାହିଁ । ମାଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।