କ୍ବରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ରେ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

ସୂଚନା ମୁତାବକ ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ୧୦୮ ଓ ୧୦୪କୁ ଯୋଗାଯୋଗ କରିଥିଲେ ମଧ୍ଯ କ୍ବରେଣ୍ଟାଇନ ସେଣ୍ଟରରୁ ରୋଗି ଆଣିବାକୁ ମନା କରିଥିଲେ । ପରେ ବାଧ୍ୟ ହୋଇ ବାଇକ୍ ଯୋଗେ ତାଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରୁ ସୋର ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ଚିକିତ୍ସା କରୁଥିବା ବେଳେ ହିଁ ଯୁବକର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.