କେନ୍ଦୁଝର: ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର : ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । କେନ୍ଦୁଝର ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାର ଏକ ବୁଦା ମୂଳରୁ ଶିଶୁଟକୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ସକାଳୁ ନବଜାତଟିର କାନ୍ଦ ଶୁଣି ଗାଁଲୋକେ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ କିଛି ଯୁବକ ଶିଶୁପୁତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ କିଏ ଓ କେଉଁ ପରିସ୍ଥିତିରେ ଏପରି ନିର୍ଦ୍ଦୟ ଭାବେ ନବଜାତକୁ ଫିଙ୍ଗି ଚାଲିଗଲା ତାକୁ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.