Below header

ଭାଇଙ୍କ ଜନ୍ମଦିନରେ ପିଲାବେଳର ଫଟୋ ସେୟାର କରି ମଜାଳିଆ ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି, ଦେଖନ୍ତୁ ଫଟୋ

କ୍ରିକେଟ୍‌ର ବିରାଟ କୋହଲି ଖେଳକୁ ଯେତିକି ଗୁରୁତ୍ୱ ଦିଅନ୍ତି ପରିବାରକୁ ମଧ୍ୟ ସେତିକି ଗୁରୁତ୍ୱ ଦେଇଥାନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ତାଙ୍କର ଏକ ପୋଷ୍ଟରୁ। ଜୁନ୍‌ ୩ ତାରିଖରେ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲିଙ୍କ ଜନ୍ମଦିନ ଥିଲା। ଏ ଅବସରରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇଙ୍କ ସହ ଏକ ଛୋଟ ବେଳର ଫଟୋ ସେୟାର କରିଥିଲେ। ଫଟେ ସେୟାର କରି ସେ ମଜାଳିଆ କ୍ୟାପ୍‌ସନ୍‌ ଲେଖିଲେ। କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ ଯେ ‘ହାପି ବର୍ଥଡେ ବିରାଦର, ୪୦ରୁ କେବଳ ଗୋଟେ ପାଦ ଦୂର’।

Kohli_wish

ବିରାଟ କୋହଲି ଏବେ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ମା’ ଓ ଭାଇ ନୂଆଦିଲ୍ଲୀରେ ରହୁଛନ୍ତି। କରୋନା ଯୋଗୁ ଉଭୟ ଫିଲ୍ମ ସୁଟିଂ ଓ ଖେଳ ବନ୍ଦ ଥିବାରୁ ପରସ୍ପର ସହ ସମୟ ବିତାଉଛନ୍ତି ବିରାଟ ଓ ଅନୁଷ୍କା। ଲକ୍‌ଡାଉନ୍‌ ବେଳେ ଘରେ ରହି ବିରାଟ ନିଜ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଇ ଓ୍ଵାର୍କଆଉଟ୍‌ କରୁଛନ୍ତି। ପ୍ରାତଃ ସୋସିଆଲ ମିଡିଆରେ ସେ ଏକ୍ସରସାଇଜ୍‌ କରୁଥିବା ଭିଡିଓ ସେୟାର କରିଥାନ୍ତି।

Virat Kohli Reveals One Of His Aims In Life, It Has Nothing To Do ...

କିଛିଦିନ ତଳେ କୋହଲି ଅଶ୍ୱିନଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ ଚାଟ୍‌ରେ ଖୁଲାସା କରିଥିଲେ ଯେ ସେ ଧୋନିଙ୍କ ଠାରୁ କ୍ୟାପ୍‌ଟେନ୍‌ର ଗୁଣ କିଭଳି ହେବା ଦରକାର ତାହା ଶିକ୍ଷା କରିଥିଲେ। କୋହଲି କହିଥିଲେ ଯେ ମୋ କ୍ୟାପ୍‌ଟେନ୍‌ ହେବାର ସମସ୍ତ ଶ୍ରେୟ ଧୋନିଙ୍କୁ ଯାଉଛି। ତାଙ୍କଠାରୁ ମୁଁ ବହୁତ କଥା ଶିଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.