ଭୀମ୍‌ ଆପ୍‌ ବ୍ୟବହାର କରୁଥିଲେ ଆଜି ହିଁ କରନ୍ତୁ ଡିଲିଟ୍‌, ୭୦ ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିବା ଅଭିଯୋଗ

ଭୀମ୍‌ ଆପ୍‌ ଅର୍ଥାତ୍‌ ଭାରତ ଇଣ୍ଟରଫେସ୍‌ ଫର ମନି ପେମେଣ୍ଟ ଆପ୍‌। ଭାରତର କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏହି ଆପ୍‌ ବ୍ୟବହାର କରୁଛନ୍ତି। ଆପଣ ବି ଯଦି ଭୀମ୍‌ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଭୀମ୍‌ ଆପ୍‌ ସହ ଜଡ଼ିତ ଡାଟା ଲିକ୍‌ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସାଇବର ସିକ୍ୟୁରିଟି କମ୍ପାନୀ vpnMentor ର ରିପୋର୍ଟ ମୁତାବକ, ୭୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଡାଟା ଲିକ୍‌ ହୋଇଛି।

Six mobile manufacturers planning to pre-install BHIM app

ଅନ୍ୟପଟେ ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI) ଡାଟା ଲିକ୍‌ ନେଇ ଆସିଥିବା ଏହି ଖବରକୁ ଖଣ୍ଡନ କରିଛି। ରିପୋର୍ଟ ମୁତାବକ ଭୀମ୍‌ ଆପ୍‌ ୟୁଜର୍ସଙ୍କ ୪୦୯ ଜିବି ଡାଟା ଲିକ୍‌ ହୋଇଛି। ଲିକ୍‌ ହୋଇଥିବା ଡାଟା ମଧ୍ୟରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଯଥା:ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ପାନ୍‌ କାର୍ଡ ଡିଟେଲ୍ସ ଆଦି ରହିଛି।

CYBERCRIME: 9 Steps to Safeguard Your Organizations Data and ...

vpnMentor ରିପୋର୍ଟରେ କୁହାଯାଇଛି ଯେ ଭୀମ୍‌ ଆପ୍‌ ଦ୍ୱାରା ଯେଉଁ ଡାଟା ଚୋରି ହୋଇଛି ତାହାକୁ ଆମାଜନ୍‌ ୱେବ୍‌ ସର୍ଭିସେସ୍‌ ଏସ୍‌୩ ବକେଟ୍‌ରେ ରଖାଯାଉଛି। ଏହାର ପବ୍ଲିକାଲି ଆକ୍ସେସ୍‌ ଥିଲା ଏଣୁ ଯେକେହି ବି ସହଜରେ ଏହାକୁ ଆକ୍ସେସ୍‌ କରିପାରୁଥିେଏ। ତେଣୁ ସତରେ ଡାଟା ଚୋରି ହୋଇଥିବା ନେଇ ସ୍ପଟେ ହୋଇଛି।

Types of Cybercrime - Panda Security

ସୂଚନାଯୋଗ୍ୟ ଯେ, ସାରା ଦୁନିଆରେ ଏସ୍‌୩ ବକେଟ୍‌କୁ କ୍ଲାଉଡ୍‌ ଷ୍ଟୋରେଜ୍‌ର ଏକ ରୂପ ଭାବେ ବ୍ୟବହାର କରାଯାଏ। ଏଥିରେ ଡେଭଲପର୍ସଙ୍କୁ ନିଜ ଆକାଉଣ୍ଟରେ ସିକ୍ୟୁରିଟି ପ୍ରୋଟୋକଲ ଲଗାଇବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.