Below header

ଦେଶୀ ବନ୍ଧୁକ ଫୁଟି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି(କେନ୍ୟୁଜ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ର ଚାରି ଛକ ଠାରେ ଦେଶୀ ବନ୍ଧୁକ ଫୁଟି ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକୁ ଦାରିଙ୍ଗବାଡ଼ି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଏକ ଦେଶୀ ବନ୍ଧୁକ ନେଇ ଯାଉଥିଲେ କିନ୍ତୁ ଦୁର୍ଘଟଣା ବଶତଃ ହଠାତ ଜଣକ ହାତ ପାପୁଲି ରେ ବନ୍ଧୁକ ଫୁଟିଯାଇଥିଲା ।

ଫଳରେ ବ୍ୟକ୍ତିଙ୍କର ହାତ ପାପୁଲି ଛିଡି ଯାଇଥିବା ଜଣାଯାଇଛି । ଗୁରୁତର ଯୁବକ ଜଣକ କୋଟଗଡ଼ ବ୍ଲକ ର ରଡ଼ା ଗ୍ରାମର ଏଲିଓ ପ୍ରଧାନ ବୋଲି ଜଣା ପଡିଛି । ପୋଲିସ ଉକ୍ତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ବନ୍ଧୁକଟିକୁ ଜବତ କରିଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ଅଛନ୍ତି ତଦନ୍ତ ପରେ ପୁରା ଘଟଣା ଜଣାପଡିବ ବୋଲି କହିଛନ୍ତି ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈସିକ ମାଝୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.