ଆସୁଛି ‘କେଜିଏଫ୍‌ ଚାପ୍ଟର-୩’, ୟଶ୍‌ ଦେଲେ ଇସାରା, କହିଲେ ଏଥର କିଛି ନୂଆ କରିବି

କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ସିରିଜ ଭାରତୀୟ ସିନେମା ଜଗତରେ ଏକ ଝଡ଼ ସୃଷ୍ଟି କରିଥିଲା। ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଅସିଥିବା ‘କେଜିଏଫ୍‌’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କଲେ। ଠିକ୍‌ ସେହି ପରି ୨୦୨୨ ରେ ଏହାର ସିକ୍ୱେଲ କେଜିଏଫ୍‌ ଚାପ୍ଟର –୨ ଆସିଲା ଏବଂ ଦେଶ ବିଦେଶ ସୁବୁ ଆଡ଼େ ଧମାଲ ମଚାଇଲା। ଦର୍ଶକ ଏହାକୁ ଏତେ ପସନ୍ଦ କରୁଥିଲେ ଯେ ଏହି ଫିଲ୍ମ ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ଏହାର ଓ୍ଵାରଲ୍ଡ ଓ୍ଵାଇଡ୍‌ କଲେକ୍ସନ ଥିଲା ୧୨୫୦ କୋଟି ଥିବା ବେଳେ ଏହାର ହିନ୍ଦୀ ଭର୍ଜନ ୪୩୫ କୋଟିରୁ ଅଧିକ ଆୟ କରିଥିଲା।

ଫିଲ୍ମର ଶେଷ ଭାଗରେ ଫ୍ରାଞ୍ଚାଚାଇଜ ତରଫରୁ ଏହାର ଚାପ୍ଟର-୩ ଆସିବ ବୋଲି ମଧ୍ୟ କୁହାଯାଇଥିଲା। କେବେ ରିଲିଜ ହେବ ‘ଚାପ୍ଟର-୩’: ଇଣ୍ଡିଆ ଟୁଡେ କନକ୍ଲେଭ୍‌ ରେ ୟଶ୍‌ ନିଜର ଆଗାମୀ ପ୍ରୋଜେକ୍ଟସ ବିଷୟରେ କହିଛନ୍ତି ଯେ, ‘ମୋର ଯେଉଁ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି, ସତ କଥା କହିବାକୁ ଗଲେ ବର୍ତ୍ତମାନ ସେମିତି କିଛି ପ୍ରୋଜେକ୍ଟସ ନାହିଁ।

ମୁଁ ଯେତେବେଳେ କହିବି ସେତେବେଳେ ଫିଲ୍ମର ଘୋଷଣା ହେବ। ଏହା ଛଡ଼ା କୌଣସି କଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି। ଆଗକୁ କେଜିଏଫ୍‌ –୩ ଆସୁଛି କି ନାହିଁ ପ୍ରଶ୍ନ ରେ ସେ କହିଛନ୍ତି, କି ଛି ସମୟ ପର୍ଯ୍ୟନ୍ତ ଏହା ଆସିବାର ସମ୍ଭାବନା ନାହିଁ। ଏହାକୁ ନେଇ ଆମ ପାଖରେ ପ୍ଲାନ ଅଛି ଏବଂ ଏହାକୁ ନେଇ କିଛି ନୂଆ କରିବାକୁ ଚିନ୍ତା କରୁଛୁ। ଏଥର କିନ୍ତୁ ଆକେ କିଛି ଅଲଗା କରିବାକୁ ଚାହୁଁଛୁ। ସେ କହିଥିଲେ ୬,୭ ବର୍ଷ ହେଲାଣି ସେ କେଜିଏଫ୍‌ ପାଇଁ କାମ କରୁଛନ୍ତି। ଅମେ କିଛି ସମୟ ନେବାକୁ ଚାହୁଁଛୁ। ଆମେ ସବୁ ଦିଗକୁ ଦେଖୁଛୁ ଏବଂ କ’ଣ କରିହେବ ବିଚାର କରିବୁ।

କେଜିଏଫ୍‌ ଡାଇରେକ୍ଟର କ’ଣକହିଲେ ? କେଜିଏଫ୍‌ର ଡାଇରେକ୍ଟର ପ୍ରଣାନ୍ତ ନୀଲ ଏକ ୟୁଟ୍ୟୁବ ଚ୍ୟାନେଲର କଥାବାର୍ତ୍ତାରେ କହିଛନ୍ତି , ‘ଚାପ୍ଟର-୩’ ଆସିବାର ସମ୍ଭାବନା ବହୁତ ଅଛି। ଦର୍ଶକ ଏହାର ପୁରା ସିରିଜକୁ ଖୁବ୍ ଭଲପାଇବା ଦେଇଛନ୍ତି। ଆମେ ଏହାକୁ ପୁଣି ନେଇ ଆସିବୁ କିନ୍ତୁ କେବେ ତାହା ସ୍ଥିର ହୋଇନାହିଁ । ଏହି ସିକ୍ୱେଲ ପାଇଁ ଆମ ପାଖରେ ଯୋଜନା ଅଛି କିନ୍ତୁ ଆମେ ଏକ ଲମ୍ବା ବିରତି ନେବା ପାଇଁ ଚାହୁଁଛୁ ଏବଂ ବ୍ରେକ୍‌ ପରେ ଏହାର ସିକ୍ୱେଲ ଆମେ ନିଶ୍ଚିତ ବନାଇବୁ। ଇଣ୍ଡିଆ ଟୁଡେରେ ଦେଇଥିବା ଇଣ୍ଟର ଭ୍ୟୁାରେ ୟଶ୍‌ ଠିକ୍‌ ଏହି କଥା ମଧ୍ୟ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.