Below header

ଆଫ୍ରିକାରୁ ଅଣାଯାଇଥିବା ୨ ଚିତା କୁନୋ ଜାତୀୟ ଉଦ୍ୟାନରେ କଲେ ନିଜର ପ୍ରଥମ ଶିକାର, ପିଏମ୍‌ ମୋଦି କଲେ ଟ୍ଵିଟ୍‌

କୁନୋ ଜାତୀୟ ଉଦ୍ୟାନରେ ଏକ ବଡ଼ ଏନକ୍ଲୋଜରରେ ଛଡ଼ା ଯିବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଆଫ୍ରିକୀୟ ଚିତା ସେମାନଙ୍କର ପ୍ରଥମ ଶିକାର କରିଛନ୍ତି। ନାମ୍ବିଆରୁ ସେପ୍ଟେମ୍ବର ମଧ୍ୟ ଭାଗରେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଆସିଥିଲେ ୮ ଆଫ୍ରିକୀୟ ଚିତା। ଆଇସୋଲେସନ ପାଇଁ ସେମାନଙ୍କୁ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଚିତାଙ୍କୁ ଶନିବାର ବଡ଼ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇଥିଲା।

ଉଦ୍ୟାନ ଅଧିକାରୀମାନେ କହିଛନ୍ତି କି, ବଡ଼ ଏନ୍‌କ୍ଲୋଜର ପାଞ୍ଚ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବ୍ୟାପିଛି। ସମସ୍ତ ୮ ଚିତାଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବ। ୮ ଚିତାଙ୍କ ଭିତରୁ ୫ ମାଈ ଥିବାବେଳେ ୩ ଅଣ୍ଡିରା ଅଛନ୍ତି।

ଭାରତକୁ ଚିତା ଆଣିବା ଯୋଜନା ଅଧୀନରେ ନାମ୍ବିଆରୁ ୧୭ ସେପ୍ଟେମ୍ବରରେ ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚିତାମାନଙ୍କୁ ଏନକ୍ଲୋଜରରେ ଛାଡିଥିଲେ। ୫ ନଭେମ୍ବରରେ ଚିତାମାନଙ୍କର ଏଠାରେ ୫୦ ଦିନ ପୂରଣ ହୋଇଛି। ପ୍ରାରମ୍ଭିକ ଯୋଜନା ଅଧୀନରେ ଫ୍ରେଡି, ଏଲଟନ୍, ସଭାନା, ସଶା, ଓବାନ୍, ଆଶା, ଚିବିଲି ଓ ସାଇସା ନାମକ ଚିତାଙ୍କୁ ଏକ ମାସ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯାଇଥିଲା।

ବିଶେଷଜ୍ଞଙ୍କ ଅନୁସାରେ, ସାଧାରଣତଃ ଜଙ୍ଗଲି ପଶୁମାନଙ୍କୁ ସ୍ଥାନାନ୍ତରଣ ପୂର୍ବରୁ ଏବଂ ପରେ ଏକ ମାସ ପାଇଁ ଆଇସୋଲେସନରେ ରଖାଯାଇଥାଏ, ଯେପରି ସେମାନେ ଅନ୍ୟ ଦେଶରୁ ନିଜ ସହିତ ଆଣିଥିବା କୌଣସି ସଂକ୍ରମଣକୁ ବିସ୍ତାର କରି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.