Below header

ଯୁବକ ନିଖୋଜ, ମୋବାଇଲ ଫୋନ ଦେଖୁଥିବା ବେଳେ ନଦୀକୁ ଖସିପଡିଲେ

ନଦୀକୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି ।

ନଦୀକୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦୀବସନ୍ତ ନିକଟ ବ୍ରାହ୍ମଣୀ ନଦୀର ୩ ମୁହାଣି ପୋଲ ନିକଟରେ ଅଘଟଣ ଘଟିଛି।

ନିଖୋଜ ଯୁବକ ହେଲେ କାକୁଡିକୁଦ ଅଞ୍ଚଳର ୨୦ବର୍ଷିୟ ଯୁବକ ସୌମ୍ୟରଞ୍ଜନ ଦାସ । ସେ ହଳଦୀବସନ୍ତଠାରେ ମାମୁ ଘରେ ରହୁଥିଲେ । ଆଜି ତିନି ମୁହାଣୀ ପୋଲ ଉପରେ ସାଙ୍ଗ ମାନଙ୍କ ସହ ବସି ମୋବାଇଲ ଦେଖୁଥିବାବେଳେ ନଦୀକୁ ଖସିପଡିଥିଲେ । ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓଡ୍ରାଫ୍ ଟିମ୍ । ବରୀ-ରାମଚନ୍ଦ୍ରପୁର ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.