ମଣିପୁରରେ ଥମୁନି ହିଂସା! କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଓ କରମ୍‌ ଅଞ୍ଚଳ ମଧ୍ୟରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହି ଗ୍ରାମ ପାହାଡ଼ ଉପରେ ଅବସ୍ଥିତ ଏବଂ ଏଠାରେ ଆଦିବାସୀମାନେ ବସବାସ କରୁଛନ୍ତି।

ତେବେ ଏ ସମ୍ପର୍କରେ ଅଧିକ ସୂଚନା ନ ଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣା ସକାଳ ୮ଟା ୨୦ ମିନିଟ୍‌ରେ ଘଟିଥିଲା। କହି ରଖୁଛୁ, ସେପ୍ଟେମ୍ବର ୮ରେ ତେଙ୍ଗନୁପାଲ ଜିଲ୍ଲାର ପଲେଲରେ ଘଟିଥିବା ହିଂସା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ହିଂସାକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସୂଚନାଥାଉ କି, ଗତ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି। ଏହି ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ମଣିପୁରରେ ହିଂସା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.