ଜେଲର ପରେ ପୁଣି ଧମାଲ କରିବାକୁ ଆସୁଛନ୍ତି ରଜନୀକାନ୍ତ, ଆଗାମୀ ଫିଲ୍ମ ‘ଥାଲାଇଭର ୧୭୧’ର ଫାଷ୍ଟ ପୋଷ୍ଟର ରିଲିଜ

ଜେଲର ଫିଲ୍ମର ସଫଳତା ପରେ ରଜନୀକାନ୍ତ ଫ୍ୟାନ୍ସଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି । ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘ଥାଲାଇଭର ୧୭୧’ ଫାଷ୍ଟ ପୋଷ୍ଟର ରିଲିଜ ହୋଇଛି ।

ସାଉଥ୍ ଇଣ୍ଡଷ୍ଟ୍ରୀରେ ଥାଲାଇଭା ନାମରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ରଜନୀକାନ୍ତ ଫିଲ୍ମ ‘ଜେଲର’ ଜରିଆରେ ଅନେକ ଦର୍ଶକଙ୍କ ମନ ଜିତିଛନ୍ତି । ପୁଣି ଫ୍ୟାନ୍ସଙ୍କ ମନୋରଂଜନ କରିବା ପାଇଁ ରଜନୀକାନ୍ତ ଅପକମିଂ ଫିଲ୍ମର ଘୋଷଣା କରିଛନ୍ତି । ଫିଲ୍ମ ଜେଲର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ପରେ ଏବେ ଖୁବ୍ ଶୀଘ୍ର ତାଙ୍କ ଅପକମିଂ ଫିଲ୍ମ ‘ଥାଲାଇଭର୍ ୧୭୧’ ଆସିବାକୁ ଯାଉଛି । ଏହି ଫିଲ୍ମ ବିଷୟରେ ପ୍ରଡକ୍ସନ୍ ହାଉସ୍ର ସନ୍ ପିକ୍ଚର୍ସ ଟ୍ଵିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ।

ସନ୍ ପିକ୍ଚର୍ସ ରଜନୀକାନ୍ତଙ୍କ ଫିଲ୍ମ ‘ଥାଲାଇଭର୍ ୧୭୧’ର ଫାଷ୍ଟ ପୋଷ୍ଟର ସେୟାର କରିଛି । ଏହାର କ୍ୟାପସନରେ ଲେଖାଯାଇଛି, ‘‘ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଥାଲାଇଭର୍ ୧୭୧’ର ଘୋଷଣା କରି ଆମେ ବହୁତ ଖୁସି’ । ଏହି ଫିଲ୍ମର ନିର୍ଦ୍ଦେଶନା ଲୋକେଶ କଙ୍ଗରାଜ ଦେଉଛନ୍ତି । ଏହା ସହ ଫିଲ୍ମରେ ଅନିରୁଦ୍ଧ ରବିଚାନ୍ଦ ମ୍ୟୁଜିକ ଦେଉଥିବା ବେଳେ ଅନବାରିଭ ଷ୍ଟଣ୍ଟ ମାଷ୍ଟର ଭାବେ କାମ କରୁଛନ୍ତି । ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହିତ ତମନ୍ନା ଭାଟିଆ, ରମ୍ୟା କୃଷ୍ଣନ, ବସନ୍ତ ରବି ପ୍ରମୁଖ ଭୂମିକାରେ ନଜର ଆସିବେ ।

ତେବେ ରଜନିକାନ୍ତଙ୍କ ସୁପରହିଟ୍ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ୬୦୦ କୋଟିରୁ ଅଧିକ ରୋଜଗାର କରିଛି । ଏହା ସହ ଫିଲ୍ମର ସଫଳତାକୁ ନେଇ ନିର୍ମାତା କାଲାନିଥୀ ମାରାନ ଫିଲ୍ମର କ୍ରୁ ମେମ୍ବରଙ୍କୁ ଗୋଲ୍ଡ କଏନ ଦେଇଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ପୂର୍ବରୁ ସେ ଫିଲ୍ମର ଷ୍ଟାର ରଜନୀକାନ୍ତଙ୍କୁ ୧୦୦ କୋଟି ଟଙ୍କାର ଚେକ୍‌ ଦେଇଥିଲେ । ‘ଜେଲର’ ସିନେମା ହଲରେ ହଇଚଇ ସୃଷ୍ଟି କରିବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି । ଏହା ସହ ଦର୍ଶକମାନେ ଏହି ଫିଲ୍ମକୁ ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.