Below header

‘ମୁଁ ଗଲେ ଗୁଆ ମଙ୍ଗୁଳା କରିବା’, ଏକଥା କହିଥିବା ପୁଅ ଘରକୁ ଫେରିଲା ନାହିଁ ଫେରିଲା ତାର ଶବ

ଭଞ୍ଜନଗର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ମଙ୍ଗଳପୁର ଗାଁର ସୁଦର୍ଶନ ଆପଟ । ବୟସ ୩୦ ବର୍ଷ । ସୁରତ୍‌ରେ ରହି ରୋଜଗାର କରୁଥିଲେ । ଲକ୍‌ଡାଉନ୍ ଯୋଗୁଁ ଏପ୍ରିଲ ୨୧ରେ ହେବାକୁ ଥିବା ବାହାଘର ଘୁଞ୍ଚିଲା ଆସନ୍ତା ଆଷାଢ଼ ମାସକୁ । ତେବେ ଲକ୍‌ଡାଉନ୍ ଯୋଗୁଁ ଅଟକି ରହିଥିବା ସୁଦର୍ଶନ ସୋମବାର ଦିନ ଟ୍ରେନ୍‌ରେ ବସିଲେ ଘରକୁ ଆସିବା ପାଇଁ । ଫୋନ୍ କରି ସାନ ଭାଇକୁ କହିଥିଲେ ‘ମୁଁ ଗଲେ ବାହାଘର ପାଇଁ ଗୁଆ ମଙ୍ଗୁଳା କରିବା’ । ହେଲେ କିଛି ସମୟ ପରେ ଫୋନ୍ ଆସିଲା ପୁଅର ମୃତ୍ୟୁ ହୋଇଯାଇଛି । ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିଲା । ବୁଢ଼ା ବାପା ମା ଭାଇ ଭଉଣୀ, ଗାଁ ଲୋକେ ସମସ୍ତେ ସ୍ତବ୍‌ଧ ହୋଇଗଲେ । ଦୁଇ ଦିନ ପରେ ଆଜି ଅପରାହ୍ନରେ ଶବ ଆସି ପହଞ୍ଚିଛି ଗାଁରେ ।

BHANJANAGAR-1

ଘରକୁ ଫେରିବା ଲାଗି ଟ୍ରେନ୍‌ରେ ବସିଥିଲେ ସୁଦର୍ଶନ । ବୋଧହୁଏ ଶୌଚ କରିବାକୁ ଟ୍ରେନ୍ ବାଥ୍‌ରୁମ୍‌କୁ ଗଲେ । ହେଲେ ଅନେକ ସମୟ ଯାଏ ଆଉ ନଫେରିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜିବାକୁ ଗଲେ । ଦେଖିଲେ ସୁଦର୍ଶନ ବାଥ୍‌ରୁମ୍ ଭିତରେ ଭିତରେ ବୋହୋସ ଅବସ୍ଥାରେ ପଡ଼ି ରହିଛନ୍ତି ।

BHANJANAGAR-3ବନ୍ଧୁମାନେ ମିଶି ତାଙ୍କୁ ଷ୍ଟେସନ୍ ନିକଟ ଏକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ସୁଦର୍ଶନଙ୍କ ଭିତରେ ଆଉ ଜୀବନ ନଥିଲା । ପୋଷ୍ଟମର୍ଟମ ପରେ ତାଙ୍କ ମରଶରୀରକୁ ଆମ୍ବୁଲାନ୍ସରେ ଧରି ତାଙ୍କ ବନ୍ଧୁମାନେ ଫେରିଲେ । ପରିବାର ଲୋକେ ଚାହିଁ ବସିଥିଲେ ପୁଅର ଫେରନ୍ତା ବାଟକୁ । ହେଲେ ଆସିଲା ତାର ମୃତଦେହ ।

BHANJANAGAR-4ପାଖ ଗାଁରେ ଜଣେ ଝିଅ ସହ ସୁଦର୍ଶନଙ୍କର ବିବାହ ସ୍ଥିର ହୋଇଥିଲା । ଗତ ଏପ୍ରିଲ ୨୧ ତାରିଖରେ ବାହାଘର ହୋଇଥାନ୍ତା । ହେଲେ ଲକ୍‌ଡାଉନ୍ ଯୋଗୁଁ ଘୁଞ୍ଚାଇବାକୁ ପଡ଼ିିଲା । ଆସନ୍ତା ଆଷାଢ଼ ମାସରେ ବାହାଘର କରିବାକୁ ସ୍ଥିର ହୋଇଥିଲା । ଏବେ ଟ୍ରେନ୍ ଚାଲିବା ପରେ ସୁଦର୍ଶନ ଗାଁକୁ ବାହାରିଥିଲେ । ଗତ ସୋମବାର ଦିନ ଟ୍ରେନ୍‌ରେ ବସିଲେ ଓ ଗାଡ଼ି ଛାଡ଼ିଲା । ନିଜ ସାଥୀମାନଙ୍କ ସହ ଖୁବ୍ ଖୁସି ଥିଲେ ଘର ବାହୁଡ଼ାକୁ ନେଇ । ଘରକୁ ଫୋନ୍ କରି ଜଣାଇଥିଲେ ‘ମୁଁ ଆସୁଛି’ ବୋଲି । ହେଲେ ଏମିତି ଅଚାନକ ଜୀବନ ଚାଲିଗଲା । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.