Below header

ସଟ୍‌ଡାଉନ୍‌ରେ ନିୟମ ନମାନି କଲେ ଟିକ୍‌ଟକ୍‌, ପୋଲିସ ଧରିବାରୁ ମାଗିଲେ କ୍ଷମା

ଗଞ୍ଜାମ (କେନ୍ୟୁଜ ବ୍ୟୁରୋ) : ସଟ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ହେଲେ ଶନିବାର ଗଞ୍ଜାମ ବଡ଼ବଜାର ଥାନା ଅଞ୍ଚଳର ୪ ଜଣ ଯୁବକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ସରକାରଙ୍କ ସଟ୍‌ଡାଉନ୍‌ ନିୟମ ପାଳନ କରୁନଥିବା କହିଥିଲେ । ପ୍ରତିଦିନ ଯେପରି ବୁଲନ୍ତି, ସଟ୍‌ଡାଉନ୍‌ ବେଳେ ମଧ୍ୟ ସେହିପରି ବୁଲୁଥିବା କହିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ବଡ଼ବଜାର ଥାନା ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ତାଗିଦ୍‌ କରିଥିଲା । ଥାନାରୁ ଆସିବା ପରେ ପୁଣି ଏକ ଭିଡିଓ କରି ସଟ୍‌ଡାଉନ୍‌ ନିୟମକୁ ପାଳନ କରନ୍ତୁ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.