Below header

ସୁରକ୍ଷା ବଢାଇବା ପରେ ମଧ୍ୟ ୨୬.୭ କୋଟି ଫେସବୁକ୍‌ ୟୁଜର୍ସଙ୍କ ଡାଟା ହେଲା ଲିକ୍‌

ଫେସବୁକ୍‌ ୟୁଜର୍ସମାନଙ୍କ ତଥ୍ୟକୁ ସୁରକ୍ଷା ଦେଉଥିବା ନେଇ ବାରମ୍ବାର ଦାବି କରୁଥିଲେ ମଧ୍ୟ ଲୋକମାନଙ୍କ ଡାଟା ବାରମ୍ବାର ଚୋରି ହେଉଥିବାର ଦେଖିବାକୁ ମିଳିଛି। ଅନେକ ଚେଷ୍ଟା କରିବା ପରେ ମଧ୍ୟ କମ୍ପାନୀ ଡାଟା ଲିକ୍‌ ଭଳି ହେବା ଭଳି ଗତିବିଧିକୁ ରୋକିପାରିନାହିଁ। ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ବିୟତନାମୀ ଫର୍ମରେ ନୂଆ ୨୬.୭ କୋଟି ଫେସବୁକ ଯୁଜର୍ସଙ୍କ ମୋବାଇଲ ନମ୍ବର, ଫଟୋ ଏବଂ ୟୁଜରନେମ୍‌ ଲିକ୍‌ ହେବାର ସୂଚନା ମିଳିଛି।

facebookରିପୋର୍ଟ ଅନୁଯାୟୀ ଗତ ୯ ଡିସେମ୍ବର ବିୟତନାମାର ଇଲାଷ୍ଟିକସର୍ଚ୍ଚ ସର୍ଭରରେ ଏହି ଯୁଜର୍ସମାନଙ୍କ ନିଜସ୍ୱ ତଥ୍ୟ ଲିକ୍‌ ହୋଇଛି। ଲିକ୍‌ ହେବାର ୩ ଦିନ ମଧ୍ୟରେ ଏହି ଡାଟା ଭିନ୍ନ ଭିନ୍ନ ହ୍ୟାକର୍ସ ଫର୍ମରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହୋଇଥିଲା। ଗତ ୧୪ ଡିସେମ୍ବରରେ ଯେତେବେଳେ ରିସର୍ଚ୍ଚର ବବ୍‌ ଡିଚେନକୋ ୧୨୦ କୋଟି ଲୋକମାନଙ୍କର ଡାଟା ଦେଖିବାକୁ ପାଇଥିଲେ ସେତେବେଳେ ଏହି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଡାଟା ବିଭିନ୍ନ ସୋସିଆଲ ମିଡିଆ ପ୍ଳେଟଫର୍ମ ମାଧ୍ୟମରେ ଲିକ୍‌ ହୋଇଛି, ଯେଉଁଥିରେ ଫେସବୁକ୍‌ର ଡାଟା ମଧ୍ୟ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.