କନ୍ଧମାଳ:ଅସମ୍ପୂର୍ଣ୍ଣ ମନ୍ଦିରର ନିର୍ମାଣ ପାଇଁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଗ୍ରାମବାସୀ ଜଣାଇଲେ କୃତଜ୍ଞତା

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ବ୍ୟକ୍ତିଗତ ସହାୟତା ରାଶି ପ୍ରଦାନ । ନିଜସ୍ୱ ୫୧ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କଲେ କନ୍ଧମାଳ ସାଂସଦ । ବାଲିଗୁଡ଼ା ବ୍ଳକ ବିଜେଡି ସଭାପତି ଟୁନା ଦାସଙ୍କ ଉପସ୍ଥିତିରେ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧିତ୍ୱରେ ଅସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ପାଇଁ ଏହି ରାଶି ପ୍ରଦାନ କରାଯାଇଛି । ବାଲିଗୁଡ଼ା ସୁଡ୍ରା ପଞ୍ଚାୟତର କତେରିଭଟ୍ଟା ଠାରେ ବହୁ ପୁରାତନ ବାବା ଧବଳେଶ୍ୱର ମନ୍ଦିରଟି ଅସମ୍ପୂର୍ଣ୍ଣ ହୋଇ ରହିଛି । ଏନେଇ ଗ୍ରାମାବସୀ ଓ ମନ୍ଦିର କମିଟିର ସଦସ୍ୟ ବାଲିଗୁଡ଼ା ବ୍ଳକ ସଭାପତି ଟୁନା ଦାସଙ୍କୁ କନ୍ଧମାଳ ସାଂସଦଙ୍କ ହସ୍ତକ୍ଷେପ ନେଇ ନିବେଦନ କରିଥିଲେ । ପରେ କନ୍ଧମାଳ ସାଂସଦଙ୍କୁ ଅବଗତ କରିବା ପରେ ସେ ସହାୟତା ପ୍ରଦାନ କରିଛନ୍ତି । ଡ.ସାମନ୍ତଙ୍କ ଅନୁପସ୍ଥିତ ଲାଗି ଟୁନା ଦାସ ନିଜେ ଉପସ୍ଥିତ ରହି ସାଂସଦଙ୍କ ବ୍ୟକ୍ତିଗତ ସହାୟତା ରାଶି ପ୍ରଦାନ କରିଛନ୍ତି । ଏନେଇ ଗ୍ରାମବାସୀ ଓ ମନ୍ଦିର କମିଟି ସଦସ୍ୟ କୃତଜ୍ଞତା ଜଣାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.