Below header

ଆମେରିକୀୟ ଚାଷୀ କାହିଁକି ଗାଈ ପେଟରେ କରିଥାନ୍ତି କଣା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ସବୁ ଦେଶର ଲୋକେ ଗାଈ ପାଳିଥାନ୍ତି କାରଣ ଏମାନଙ୍କଠାରୁ କ୍ଷୀର, ଦହି ଓ ଘିଅ ଇତ୍ୟାଦି ମିଳିଥାଏ । ସେଥିପାଇଁ ଗାଈକୁ ଭଲ ଖାଇବାକୁ ଦେବା ମଧ୍ୟ ବହୁତ ଜରୁରୀ ହୋଇଥାଏ । ତାଛଡା ଏହା ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ ଯେ ଗାଈ ଏପରି କିଛି ଖାଇନଦେଉ ଯାହାଦ୍ୱାରା ତାକୁ କୌଣସି କ୍ଷତି ପହଞ୍ଚାଇବ ।

Image result for American farmers make holes in cow's stomach

 

ଏଥିରୁ ବଂଚିବା ପାଇଁ ଆମେରିକାରେ ସର୍ଜରୀ ମାଧ୍ୟମରେ ଗାଈ ପେଟରେ ଏକ କଣା କରାଯାଇଥାଏ ଏବଂ ଏହା କେବଳ ଗାଈର ସୁରକ୍ଷା ପାଇଁ ହିଁ କରାଯାଇଥାଏ । ଯାହାଦ୍ୱାରା ଗାଈକୁ ଆଉ କୌଣସି ପ୍ରକାର କ୍ଷତି ପହଂଚିନଥାଏ । ତାହେଲେ ଆସନ୍ତୁ ଜାଣିବା ଏପରି ଛିଦ୍ର କାହିଁକି କରାଯାଇଥାଏ ।

 

Image result for American farmers make holes in cow's stomach

ଆମେରିକାରେ ଚାଷୀମାନେ ଗାଈକୁ ସାରାଦିନ ଘାସ ଖାଇବା ପାଇଁ ଛାଡି ଦେଇଥାନ୍ତି । ଏହି ସମୟରେ ଗାଈ ଘାସ ସହିତ ଏପରି କିଛି ଖାଦ୍ୟ ଖାଇଦେଇଥାଏ ଯାହାକୁ ହଜମ କରିବା ତାପାଇଁ ବହୁତ ମୁସ୍କିଲ ହୋଇପଡେ ଯେପରିକି ପ୍ଲାଷ୍ଟିକ । ତେବେ ଗାଈ ପେଟରେ ଏହି ଛିଦ୍ର କରିବାର କାରଣ ଏହା ସାହାଯ୍ୟରେ ଗାଈ ପେଟକୁ ସଫା କରାଯାଇଥାଏ ଏବଂ ପ୍ଲାଷ୍ଟିକ ଭଳି ଜିନିଷକୁ ଗାଈ ପେଟରୁ ବାହାର କରାଯାଇଥାଏ । ଯାହାଦ୍ୱାରା ଆଉ ଗାଈକୁ କୌଣସି ଅସୁବିଧା ହୋଇନଥାଏ ।

Image result for American farmers make holes in cow's stomach

 

ଏହି ଛିଦ୍ର ଦେଖିବା ପାଇଁ ବହୁତ ଭୟଙ୍କର ଲାଗିଥାଏ ସତ କିନ୍ତୁ ଏହାକୁ ବନାଇବା ସମୟରେ ଗାଈକୁ କୌଣସି ପ୍ରକାରର କ୍ଷତ ପହଞ୍ଚା ଯାଇନଥାଏ ଏବଂ ଏହି ଛିଦ୍ର ବନାଇବା ସମୟରେ ଗାଈକୁ ଟିକିଏ ବି କଷ୍ଟ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.