ମାତ୍ର ୧୬୦୦୦ ଟଙ୍କାରେ ଲଞ୍ଚ ହେଲା 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ 

ଆଜିକାଲି ଯଦି ଆପଣ ଗୋଟେ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଭାବୁଛନ୍ତି ତାହେଲେ ଟିକିଏ ଅପେକ୍ଷା କରିବା ଆପଣଙ୍କ ପାଇଁ ବହୁତ ଭଲ ହେବ।କାରଣ ନିକଟରେ ଚାଇନା ସ୍ମାର୍ଟଫୋନ କମ୍ପାନୀ redmi ଚୀନରେ ନିଜର ପ୍ରଥମ 5G ସ୍ମାର୍ଟଫୋନ ଲାଞ୍ଚ କରିସାରିଛି। ଆଜ୍ଞା ହଁ ଆମେ କହୁଛୁ Redmi K30 ସ୍ମାର୍ଟଫୋନ ବିଷୟରେ। ନିକଟରେ ଏହାକୁ ଚାଇନା ମାର୍କେଟରେ ଲଞ୍ଚ କରାଯାଇଛି ଏବଂ ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ଦର ରହିଛି ୧୬୦୦୦ ଟଙ୍କା। ତାହେଲେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ ବିଷୟରେ।

Image result for redmi k30

ପ୍ରଥମେ ଆମେ ଏହି ଫୋନର ଡ଼ିସପ୍ଲେ ଉପରକୁ ଆସିବା। Redmi K30 ରେ ରହିଛି 6.67ଇଞ୍ଚର ଡ଼ିସପ୍ଲେ ଯାହାକି 120Hz ରିଫ୍ରେଶ ରେଟ ସହିତ ଆସୁଛି ଏବଂ ଏହାର ଆସପେକ୍ଟ ରେସିଓ ରହିଛି 20:9। ଏହି ଡିଭାଇସରେ ଡୁଆଲ ହୋଲ ପଞ୍ଚ ଡିଜାଇନ ସହିତ କର୍ଭଡ edge ମଧ୍ୟ ରହିଛି।

Image result for redmi k30

ଏହା ଫୁଲ ଏଚଡ଼ି ପ୍ଲସ(1080×2400 pixels) ରିଜୋଲ୍ୟୁସନ ସହିତ ଆସିଥାଏ। ଏହି ଡିଭାଇସର ଫ୍ରଣ୍ଟ ଏବଂ ବ୍ୟାକରେ ଗରିଲା ଗ୍ଲାସ 5 ପ୍ରୋଟେକ୍ସନ ଦିଆଯାଇଛି। ଯଦି ଏହାର ପ୍ରୋସେସର ଉପରକୁ ଆସିବା ତାହେଲେ ଏହି ସ୍ମାର୍ଟଫୋନରେ ରେଗୁଲାର 4G ବ୍ୟାରିଏଣ୍ଟରେ ସ୍ନାପଡ୍ରାଗନ 730G ଚିପସେଟ ଦିଆଯାଇଛି। ଏଥିରେ ଆଣ୍ଡ୍ରଏଡ଼ 10 ବେସଡ MIUI 11 ଇଣ୍ଟରଫେସ ମଧ୍ୟ ଦିଆଯାଇଛି।

Image result for redmi k30

Redmi K30ର 5G ବ୍ୟାରିଏଣ୍ଟରେ 7NM ସ୍ନାପଡ୍ରାଗନ 765G ଚିପସେଟ ଦିଆଯାଇଛି ଯାହାକି ଉପଲବ୍ଧ ୱାଇଡ 5G ବ୍ୟାଣ୍ଡସକୁ ସପୋର୍ଟ କରିବ। ତେବେ ଏହି ଦୁଇଟିଯାକ ବ୍ୟାରିଏଣ୍ଟରେ 4500mAhର ବ୍ୟାଟେରୀ ଦିଆଯାଇଛି। ଏହାସହିତ 5G ବ୍ୟାରିଏଣ୍ଟରେ ବ୍ୟାଟେରୀ ପାଇଁ 30W ଫାଷ୍ଟ ଚାର୍ଜିଙ୍ଗ ସିଷ୍ଟମ ଏବଂ 4G ବ୍ୟାରିଏଣ୍ଟରେ 27W ଫାଷ୍ଟ ଚାରଜିଙ୍ଗ ସିଷ୍ଟମ ସପୋର୍ଟ ଦିଆଯାଇଛି।

Leave A Reply

Your email address will not be published.