ଏବେ ହାତ ଦେଖାଇ କରିପାରିବେ ପେମେଣ୍ଟ, Amazon ଲଞ୍ଚ କଲା ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମ ‘Amazon one’

କରୋନା ମହାମାରୀ ସମୟରେ ଟଙ୍କା ଦେଣନେଣ କରିବା ଦ୍ୱାରା ମଧ୍ୟ କରୋନା ବ୍ୟାପୁଛି ବୋଲି ଜଣାପଡିଛି। ଏଥିପାଇଁ ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ କରୁଛନ୍ତି। ଏବେ କିନ୍ତୁ ଏମିତି ଏକ ପେମେଣ୍ଟ ସିଷ୍ଟମ ଆଣିଛି ଆମାଜନ, ଯାହାଦ୍ୱାରା ଆପଣ ବିନା କେଡ୍ରିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରିପାରିବେ। ଆମାଜନ ଏକ ନୂଆ ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମ ଲଞ୍ଚ କରିଛି। ଏହି ପେମେଣ୍ଟ ସିଷ୍ଟମ ଜରିଆରେ ଆପଣ କେବଳ ହାତ ଦେଖାଇ କୌଣସି ପ୍ରକାରର ପେମେଣ୍ଟ ମଧ୍ୟ କରିପାରିବେ। ଆମାଜନ ଏହି ପେମେଣ୍ଟ ସିଷ୍ଟମ ଅଫିସ ଏବଂ ଷ୍ଟାଡିୟମରେ ଏଣ୍ଟ୍ରି କରିବା ସମୟରେ ବହୁତ ସହଜ ହେବ।
ଆମାଜନ ଏହି ଆମାଜନ ଓ୍ଵାନର ନାମ ଦେଇଛି। ଯାହା ଜରିଆରେ କଣ୍ଟାକ୍ଟଲେସ ପେମେଣ୍ଟ କରିପାରିବେ। ଏହାଛଡା କୌଣସି ଗେଟରେ ଏହା ଗେଟପାସ୍ ଭଳି କାମ କରିବ। ଆମାଜନ ଏବେ ଏହାର ବ୍ୟବହାର ଓ୍ଵାଂଶିଟନରେ ନିଜର ରିଟେଲ ଷ୍ଟୋରରେ କରୁଛି। ଏହି ସିଷ୍ଟମ ଜରିଆରେ ଫାଷ୍ଟ, ସିକଓର ଏବଂ ବିଶ୍ୱାସନୀୟ ପ୍ରମାଣିତ ହୋଇପାରେ ବୋଲି ଆମାଜନର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର କହିଛନ୍ତି।
Amazon One ରେ କୌଣସି ପ୍ରକାର ପେମେଣ୍ଟ ପାଇଁ ହାତର ପାପୁଲିକୁ ବ୍ୟବହାର କରୁଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ପାପୁଲିକୁ ରେଜିଷ୍ଟ୍ରଡ କରିବା ପରେ ଆପଣ କେବଳ ହାତ ଦେଖାଇ ପେମେଣ୍ଟ କରିପାରିବେ। ଏହି ସିଷ୍ଟମକୁ ଖୁବଶୀଘ୍ର ଷ୍ଟୋରର୍ସରେ ଇନଷ୍ଟାଲ କରାଯିବ। ଆପଣ ଆଉ କୌଣସି କାର୍ଡ ନ ନେଇ ମଧ୍ୟ ଏଥର ସପିଂ କରିପାରିବେ।