କୁଳାଙ୍ଗାର ପୁଅର ଉନ୍ମତ୍ତ କାଣ୍ଡ, କଟୁରି ଚୋଟରେ ନେଲା ବୃଦ୍ଧ ବାପାର ଜୀବନ

ଯାଜପୁର ଟାଉନ: ଆମ ସମାଜରେ ବାପା ମାଆଙ୍କୁ ଭଗବାନର ଆଖ୍ୟା ଦିଆଯାଇଛି। କିନ୍ତୁ ଆଜିକାଲିର କିଛି ଯୁବପିଢୀ ନିଜ ବାପା ମାଆଙ୍କୁ ଭଗବାନ ରୂପରେ ପୂଜା କରିବା ତ ଦୁରର କଥା ବରଂ ତାଙ୍କୁ ଜୀବନରେ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହିଭଳି ଏକ ଘୃଣ୍ୟ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ନିଜ ପେଟକାଟି ପୁଅକୁ ମଣିଷ କରିଥିବା ବାପା ନିଜ କୁଳାଙ୍ଗାର ପୁଅର କଟୁରି ଚୋଟରୁ ମୃତ୍ୟୁବରଣ କରିଛନ୍ତି। ଯାଜପୁର ବିଂଝାରପୁର ଥାନା ବାଛୋଳ ଗ୍ରାମରେ ଏହି ଅଭାବନୀୟ କାଣ୍ଡ ଘଟିଛି। ପୁଅ ନିଜ ବୃଦ୍ଧ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ୭୨ ବର୍ଷିୟ ବାଇଧର ବେହେରା ।

oldman

ଆଜି ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାକୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି।