ଆରମ୍ଭ ହେଲା ଆପଲ୍‌ ଫେଷ୍ଟିଭ୍‌ ସିଜନ୍‌ ସେଲ୍‌, iPhoneରେ ମିଳୁଛି ଦମଦାର ଡିସକାଉଣ୍ଟ

ଆପଲ୍‌ ଆଜି ଠାରୁ ଭାରତରେ ବାର୍ଷିକ ପାର୍ବଣ ଋତୁର ସେଲ୍‌ ଆରମ୍ଭ କରିଛି, ଯେଉଁଥିରେ ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍, ଏୟାରପୋଡ୍ ଏବଂ ଅନ୍ୟାନ୍ୟ ଡିଭାଇସରେ ଭାରି ଡିସକାଉଣ୍ଟ ଏବଂ ଅଫର୍ ମିଳୁଛି ।

ଆପଲ୍‌ ଆଜି ଠାରୁ ଭାରତରେ ବାର୍ଷିକ ପାର୍ବଣ ଋତୁର ସେଲ୍‌ ଆରମ୍ଭ କରିଛି, ଯେଉଁଥିରେ ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍, ଏୟାରପୋଡ୍ ଏବଂ ଅନ୍ୟାନ୍ୟ ଡିଭାଇସରେ ଭାରି ଡିସକାଉଣ୍ଟ ଏବଂ ଅଫର୍ ମିଳୁଛି । ଏହି ସେଲର ମୁଖ୍ୟ ଆକର୍ଷଣ ହେଉଛି HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡର ବ୍ୟବହାର । ଯାହା ବ୍ୟବହାର କରି ଗ୍ରାହକମାନେ ବିଭିନ୍ନ ଡିଭାଇସରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଭାରି ଡିସକାଉଣ୍ଟ ପାଇପାରିବେ ।

ଗ୍ରାହକମାନେ ବର୍ତ୍ତମାନ iPhone 15 Pro ଏବଂ Pro Maxରେ ୬,୦୦୦ ଟଙ୍କା, iPhone 15 ଏବଂ 15 ପ୍ଲସରେ ୫୦୦୦ ଟଙ୍କା ଏବଂ iPhone 14 ଏବଂ iPhone 14 ପ୍ଲସରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ପୁରୁଣା ମଡେଲ iPhone 13 ଏବଂ iPhone SE ରେ ବିଶେଷ ଡିସକାଉଣ୍ଟ ମିଳୁଛି । ଟ୍ରେଡ-ଇନ ଅଫର ମଧ୍ୟ ମିଳୁଛି ଏବଂ ମଡେଲ ଉପରେ ନିର୍ଭର କରି ଟ୍ରେଡ-ଇନ୍‌ ଡିଭାଇସର ଦାମ୍‌ ଭିନ୍ନ ରହିବ ।

ମାକବୁକ୍ ଉପରେ ମଧ୍ୟ ଡିସକାଉଣ୍ଟ ମିଳୁଛି । ବିଭିନ୍ନ ମାକବୁକ୍ ମଡେଲଗୁଡିକ ମଧ୍ୟ ସେଲରେ କିଣି ପାରିବେ , ଯେପରିକି ମାକବୁକ୍ ଏୟାର M2 ୧୩ ଇଞ୍ଚ ଏବଂ ୧୫ ଇଞ୍ଚରେ ମିଳୁଛି । ମ୍ୟାକବୁକ୍ ପ୍ରୋ ୧୩ ଇଞ୍ଚ,୧୪ ଇଞ୍ଚ ଏବଂ ୧୬ଇଞ୍ଚରେ ମିଳୁଛି । ଏହି ସମସ୍ତ ମ୍ୟାକବୁକ୍ ମଡେଲଗୁଡିକରେ HDFC ବ୍ୟାଙ୍କ କ୍ରେଡିଟ୍ ବ୍ୟବହାର କରି ଆପଣ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇ ପାରିବେ ।

ସମାନ ଭାବେ ଗ୍ରାହକମାନେ HDFC ବ୍ୟାଙ୍କ କାର୍ଡ ଦ୍ୱାରା Apple HomePod ଏବଂ AirPods Proକୁ ୨୦୦୦ ଟଙ୍କାର ଡିସକାଉଣ୍ଟ ସହିତ କିଣିପାରିବେ । ଏହା ସହିତ ଏହି ଡିଭାଇସ୍ କିଣୁଥିବା ଗ୍ରାହକମାନେ ୬ ମାସର ଆପଲ୍ ମ୍ୟୁଜିକ୍ ସବସ୍କ୍ରିପସନ୍ ପାଇପାରିବେ । ଯଦି ଆପଣ ଏହି ଅଫର ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଆପଲର ଅଫିସିଆଲ ସାଇଟରେ ଚେକ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.