ଇମେଲର ଉତ୍ତର ନଦେଇ ନାମ ନେଲା ଆପଲ ସର୍ଭିସ ସେଣ୍ଟର, ବର୍ତ୍ତମାନ ଦେବ ୧ ଲକ୍ଷ ଟଙ୍କା

ଆୱେଜ ଷ୍ଟୋରରେ ପହଞ୍ଚି ଫୋନ୍ ଦେଖିଥିଲେ ଏହା ଖରାପ ଥିଲା । ସେ ଏହାକୁ ନେଇ ପୁଣି ଥରେ ଅଭିଯୋଗ କରିଥିଲେ । ସର୍ଭିସ ସେଣ୍ଟର ତରଫରୁ ତାଙ୍କ ଫୋନ ଶୀଘ୍ର ମରାମତି ହୋଇଯିବ ବୋଲି କୁହାଯାଇଥିଲା ।

ବେଙ୍ଗାଲୁରୁର ଫ୍ରେଜର ଟାଉନର ବାସିନ୍ଦା ଆୱେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ । ୩୦ ବର୍ଷୀୟ ଆୱେଜ ଖାନ ଅକ୍ଟୋବର ୨୦୨୧ରେ ଆଇଫୋନ ୧୩ କିଣିଥିଲେ । ଏହି ଫୋନରେ ତାଙ୍କୁ ୧ ବର୍ଷର ୱାରେଣ୍ଟି ମିଳିଥିଲା । କିଛି ଦିନ ବ୍ୟବହାର କରିବା ପରେ ଫୋନରେ ବ୍ୟାଟେରୀ ଏବଂ ଆଇଫୋନ ସ୍ପିକରରେ ସମସ୍ୟା ଦେଖାଯାଇଥିଲା । ଏହାର ସମାଧାନ ପାଇଁ ଆୱେଜ ନିଜ ଆଇଫୋନକୁ ଇନ୍ଦିରାନଗରରେ ଥିବା ଆପଲ ସର୍ଭିସ ସେଣ୍ଟରରେ ଦେଇଥିଲେ । ସେଠାରେ ତାଙ୍କ ଆଇଫୋନ ଶୀଘ୍ର ମରାମତି ହେବ ବୋଲି କୁହାଯାଇଥିଲା । ଗୋଟିଏ ସପ୍ତାହ ପରେ ଆପଲ ସର୍ଭିସ ସେଣ୍ଟରରୁ ଏକ କଲ ଆସିଥିଲା ଏବଂ ସେଣ୍ଟର ତରଫରୁ କୁହାଯାଇଥିଲା ଆଇଫୋନ ଠିକ ହୋଇଯାଇଛି ।

ଯେତେବେଳେ ଆୱେଜ ଷ୍ଟୋରରେ ପହଞ୍ଚି ଫୋନ୍ ଦେଖିଥିଲେ ଏହା ଖରାପ ଥିଲା । ସେ ଏହାକୁ ନେଇ ପୁଣି ଥରେ ଅଭିଯୋଗ କରିଥିଲେ । ସର୍ଭିସ ସେଣ୍ଟର ତରଫରୁ ତାଙ୍କ ଫୋନ ଶୀଘ୍ର ମରାମତି ହୋଇଯିବ ବୋଲି କୁହାଯାଇଥିଲା । ଏହା ପରେ ଆୱେଜ ୨ ସପ୍ତାହ ପର୍ଯ୍ୟନ୍ତ କୌଣସି କଲ ପାଇନଥିଲେ । କିଛି ଦିନ ପରେ ତାଙ୍କୁ ଏକ କଲ ଆସିଥିଲା । କଲ୍‌ରେ କୁହାଯାଇଥିଲା ଯେ ଫୋନ୍ ଭିତରେ ଏକ ଜେଲି ପରି ପଦାର୍ଥ ମିଳିଛି ଯାହା ୱାରେଣ୍ଟିରେ କଭର ହେଉନି । ପରେ ଆୱେଜ ଆପଲ୍ ପ୍ରତିନିଧୀଙ୍କୁ ଅନେକ ଇମେଲ୍ ପଠାଇଥିଲେ କିନ୍ତୁ ଆପଲ୍‌ ତରଫରୁ କୌଣସି ପ୍ରତିକ୍ରିୟା ଆସିନଥିଲା ।

ଆୱେଜ ଅକ୍ଟୋବର ୨୦୨୨ରେ ଆପଲ୍ ଷ୍ଟୋର୍‌କୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ କିନ୍ତୁ ଏଥିରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା । ପରେ ସେ ସ୍ଥାନୀୟ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ନିକଟରେ କୋର୍ଟ ଆପଲକୁ ୭୯,୯୦୦ ଟଙ୍କା ସୁଧ ସମେତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି କଠିନ ସମୟ ପାଇଁ ଆୱେଜଙ୍କୁ ଅତିରିକ୍ତ ୨୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.