Below header

ଓଲଟିଲା ପ୍ରବାସୀ ମହିଳାଙ୍କୁ ନେଇ ଯାଉଥିବା ଟ୍ରକ, ୧୦ ମୃତ ଏବଂ ୨୫ ଆହତ

୩୫ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ସହିତ ୧୦ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମେକ୍ସିକୋ ଚିୟାପାସରେ ଓଲଟି ପଡିଥିଲା ଟ୍ରକ ।

ମେକ୍ସିକୋ ଚିୟାପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୫ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ମେକ୍ସିକୋର ନ୍ୟାସନାଲ ମାଇଗ୍ରେସନ ଇନଷ୍ଟିଚ୍ୟୁଟ ବୟାନ ଜାରି କରିଛି ।

କ୍ୟୁବାରୁ ଆସିଥିବା ଏହି ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଟ୍ରକଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରୁଥିଲା। ଗୁଏଟ୍ମାଲା ସୀମାନ୍ତ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କଥା ଜଣାପଡିଛି ।

ଖବର ମୁତାବକ, ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଗାଡି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ସହିତ ୧୦ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

ସୂଚନାଯୋଗ୍ୟ, ଏହି ସପ୍ତାହର ଦ୍ୱିତୀୟ ଦୁର୍ଘଟଣା ଘଟଣା । ଏହା ପୂର୍ବରୁ ଗୁରୁବାର ଚିୟାପାସ ନିକଟରେ ମେଜକାଲାପା ନଗର ପାଳିକାରେ ଏକ ଟ୍ରକ ଓଲଟି ପଡିବାରୁ ୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.