ସାବଧାନ୍‌! ଆପଣଙ୍କ ନିକଟକୁ ଆସିନାହିଁ ତ ହ୍ଵାଟ୍ସଆପ୍‌ର ଏହି ମେସେଜ୍‌, ଖାଲି ହୋଇପାରେ ଆକାଉଣ୍ଟ

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏବେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଆପ୍‌ ଭାବେ ପରିଗଣିତ ହେଉଛି। ଏଣୁ ସାଇବର ଠକମାନେ ମଧ୍ୟ ଏହାକୁ ଠକେଇ କରିବାର ଏକ ମାଧ୍ୟମ କରିଦେଇଛନ୍ତି। ନିକଟରେ ହ୍ଵାଟ୍ସଆପ୍‌ରେ ଏକ ସର୍ଭେ ମେସେଜ୍‌ ଭାଇରାଲ ହେଉଛି। ଏହି ମେସେଜ୍‌ରେ ଲେଖାଯାଇଛି, ଯଦି ଆପଣ ଏହି ଫର୍ମ ପୂରଣ କରୁଛନ୍ତି ତେବେ ଆମାଜନ୍‌ର ୩୦ତମ ଉତ୍ସବରେ ମାଗଣା ଗିଫ୍ଟ ପାଇବେ। ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ୍‌ ଆସିଛି ତେବେ ଆପଣ ଫସିପାରନ୍ତି। କାରଣ ଏହା ଏକ ଫେକ୍‌ ମେସେଜ୍‌। ଏଥିରେ ଆଦୌ ସତ୍ୟତା ନାହିଁ।

wa

ଏମିତି ଠକମାନେ ଚୋରାଇ ନେଇଥାନ୍ତି ବ୍ୟକ୍ତିଗତ ସୂଚନା:

ଏହି ମେସେଜ୍‌ରେ ଏକ ୟୁଆର୍‌ଏଲ୍‌ ଦିଆଯାଇଛି, ଯାହାକୁ କ୍ଲିକ୍‌ କଲେ ମାଗଣା ଗିଫ୍ଟ ଜିତିବା ସୁଯୋଗ ମିଳିବ ବୋଲି ଲେଖା ଆସିବ। ୟୁଆରଏଲ୍‌କୁ କ୍ଳିକ୍‌ କରିବା ପରେ ଏକ ସର୍ଭେ ପେଜ୍‌ ଖୋଲିଯିବ। ଏହି ପେଜ୍‌ ଖୋଲିବା ପରେ ୟୁଜର୍ସଙ୍କ ଅନେକ ବ୍ୟକ୍ତିଗତ ସୂଚନା ଠକଙ୍କ ପାଖକୁ ଚାଲିଯିବ। ଏଥିରେ ୟୁଜର୍ସଙ୍କ ବୟସ, ଲିଙ୍ଗ ଓ ଆମାଜନ୍‌କୁ କିଭଳି ରେଟ୍‌ କରୁଛନ୍ତି ସବୁ ତଥ୍ୟ ସାଇବର ଠକଙ୍କ ପାଖକୁ ଚାଲିଯିବ।

ଏହା ଉପରେ କ୍ଲିକ୍‌ କରିବା ପରେ ଆପଣ ହୁଓ୍ଵାଇ ମେଟ୍‌ ୪୦ ପ୍ରୋ ସ୍ମାର୍ଟଫୋନ୍‌ ଜିତିଛନ୍ତି ବୋଲି ଲେଖା ଆସିବ। କିନ୍ତୁ ଗିଫ୍ଟ ପାଇବା ପାଇଁ ଆପଣଙ୍କୁ ଏହି କୁଇଜ୍‌କୁ ୫ଟି ହ୍ଵାଟ୍ସଆପ୍‌ ଗ୍ରୁପ୍‌ କିମ୍ବା ୨୦ ଜଣ ବ୍ୟକ୍ତିଙ୍କୁ ସେୟାର କରିବାକୁ ହେବ। ଏହାକୁ ସେୟାର କଲେ ଆପଣଙ୍କ ଆକାଉଣ୍ଟ ବି ହ୍ୟାକ୍‌ ହେବା ସମ୍ଭାବନା ରହିଛି। ଏଣୁ ଯଦି ଆପଣଙ୍କ ନିକଟକୁ କିଛି ଏଭଳି ମେସେଜ୍‌ ଆସୁଛି ତେବେ ତାହାକୁ ଅଣଦେଖା କରନ୍ତୁ କିମ୍ବା ଡିଲିଟ୍‌ କରିଦିଅନ୍ତୁ। କାରଣ କମ୍ପାନୀ ତରଫରୁ ଏଭଳି କିଛି ଅଫର ବର୍ତ୍ତମାନ ଦିଆଯାଉନଥିବା ସୂଚନା ଦିଆଯାଇଛି।

Leave A Reply

Your email address will not be published.