Below header

ପ୍ରତି ମିନିଟରେ ୪ଟି ପ୍ରଡକ୍ଟ ବିକ୍ରି କରୁଛି ‘BoAt’, ଜାଣନ୍ତୁ କେମିତି ‘BoAt’କୁ ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲେ ଅମନ

ବର୍ତ୍ତମାନ ସୋନୀ ଲିଭ୍‌ରେ ପ୍ରସାରିତ ହେଉଥିବା ବିଜନେସ ରିଆଲିଟି ଶୋ ‘ଶାର୍କ ଟାଙ୍କ’ ବେଶ୍‌ ଲୋକପ୍ରିୟ। ଏହି ଶୋରେ ଭାରତର ବିଭିନ୍ନ ଶିଳ୍ପରେ ନୂଆ ବିଜନେସ କରୁଥିବା ଉଦ୍ୟୋଗୀ ନିଜ ନିଜର ଶିଳ୍ପର ଉନ୍ନତି ଲାଗି ଇନଭେଷ୍ଟମେଣ୍ଟ ପାଇଁ ଏହି ଶୋକୁ ପ୍ରତିଯୋଗୀ ଭାବେ ଆସୁଛନ୍ତି। ଆଉ ଏହି ଶୋରେ ଅନୁପମ ମିତ୍ତଲ, ପୀୟୁଷ ବଂଶଲ, ଭିନିତା ସିଂ, ଅଲଗ ଗଜଲ, ଅସନିଶ ଗ୍ରୋଭର, ଅମନ ଗୁପ୍ତା, ନମିତା ଥାପ୍ପର ଜଜ୍‌ ଭାବେ ନଜର ଆସିଛନ୍ତି। ଭାରତର ଉଦ୍ୟୋଗିକ ଶିଳ୍ପରେ ଏମାନଙ୍କର ବଡ ଅଂଶଧନ ରହିଛି। ହେଲେ ଏଥିରେ ନଜର ଆସୁଥିବା ଅମନ ଗୁପ୍ତାଙ୍କ ବିଷୟରେ ଆପଣ ଜାଣନ୍ତି କି ? ଅମନ ଗୁପ୍ତାଙ୍କ ବ୍ରାଣ୍ଡକୁ ଆଜିକାଲିର ଯୁବପିଢି ବେଶ୍‌ ପରିଚିତ ରହିଛନ୍ତି କିନ୍ତୁ ତାଙ୍କ ବିଷୟରେ ହୁଏତ କମ୍‌ ଜାଣିଛନ୍ତି। ତେବେ କିଏ ଏହି ଅମନ ଗୁପ୍ତା, ଆସନ୍ତୁ ଜାଣିବା :

ଅମନ ଗୁପ୍ତା ବୋଟ୍‌(BoAt) ବ୍ରାଣ୍ଡର ପ୍ରତିଷ୍ଠାତା।୧୯୮୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅମନ।ଦିଲ୍ଲୀ ପବ୍ଲିକ ସ୍କୁଲରୁ ଗ୍ରାଜୁଏସନ ପାସ୍‌ କରିବା ପରେ ଦିଲ୍ଲୀ ୟୁନିଭରସିଟିରୁ ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଇନ ଫାଇନାନ୍ସ ଏବଂ ଷ୍ଟ୍ରାଟେଜି ରେ ଡିଗ୍ରୀ କୋର୍ସ କରିଛନ୍ତି। ଅମନ ଏହାଛଡା ଚାଟାର୍ଡ ଆକାଉଣ୍ଟାଣ୍ଟ କୋର୍ସ ମଧ୍ୟ କରିଛନ୍ତି। ଏମବିଏ କରିଥିବା ଅମନ ନିଜର କ୍ୟାରିଅର ଆଡଭାନ୍ସଡ ଟେଲିମିଡିଆ ପ୍ରାଇଭେଟ ଲିମିଟେଡ୍‌ର କୋ ଫାଉଣ୍ଡର ଭାବେ ଆରମ୍ଭ କରିଥିଲେ। ବୋଟ୍‌ କମ୍ପାନୀର ମାଲିକ ହେବା ଆଗରୁ ଅମନ ହାରମାନ ଇଣ୍ଟରନ୍ୟାସନାଲ କମ୍ପାନୀର ସେଲ୍ସ ଡାଇରେକ୍ଟର ଭାବେ କାମ କରୁଥିଲେ। ତା’ ପୂର୍ବରୁ ଅମନ ୨୦୦୩ ଓ ୨୦୦୫ରେ ସିଟି ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ ଆରମ୍ଭ କରିଥିଲେ। ପରେ ୨୦୧୩ରେ ସେ ବୋଟ୍‌ର ବିଜନେସ ଆରମ୍ଭ କରିଥିଲେ।

ସମୀର ମେହେତା ଏବଂ ଅମନ ଗୁପ୍ତା ୨୦୧୬ରେ ଏହି ଫ୍ୟାଶନବଲ୍‌ ଅଡିଓ ପ୍ରଡକ୍ଟର ବିକ୍ରି ଆରମ୍ଭ କରିଥିଲେ। ପ୍ରଥମ ଦୁଇ ବର୍ଷରେ ଇଅରବଡ୍ସ, ହେଡଫୋନ୍ସ, ସ୍ପିକର ଏବଂ ଟ୍ରାଭେଲ ଚାର୍ଜର, କେବଲ୍‌ ବିକ୍ରି କରିଥିଲା କମ୍ପାନୀ। ପରେ ସ୍ମାର୍ଟଓ୍ଵାଚ ଠାରୁ ଆରମ୍ଭ କରି ଅନ୍ୟ ଜିନିଷକୁ ମାର୍କେଟରେ ଲଞ୍ଚ କରିଥିଲା। ପରେ ଏହି ବିଜନେସ ୧୦୦ କୋଟି ଟଙ୍କାର ଲାଭ କରିବା ପରେ ଅନ୍ୟ ପ୍ରଡକ୍ଟ ବିକ୍ରି କରିଥିଲା କମ୍ପାନୀ। ୨୦୧୬ରେ ୨୭ କୋଟିରୁ ବିଜନେସ ଆରମ୍ଭ କରି ୨୦୧୭ରେ ବୋଟ୍‌ ୧୦୮ କୋଟି ଟଙ୍କା କାରବାର କରିଥିଲା। ଅମନଙ୍କର ବର୍ତ୍ତମାନର ମୋଟ ସମ୍ପତ୍ତି ୧୦ ହଜାର ୫୦୦ କୋଟିରୁ ଅଧିକ ରହିଛି।

ବୋଟ୍‌ର ପ୍ରତି ଜିନିଷର ଦାମ୍‌ ଏବଂ ଗୁଣବତ୍ତା ଆଜିକାଲିର ଯୁବପିଢିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଯୁବପିଢିଙ୍କ ପକେଟକୁ ସୁହାଇଲା ଭଳି ଦାମ୍‌ ଯୋଗୁଁ ବହୁତ କମ୍‌ ଦିନରେ ବ୍ରାଣ୍ଡ ବେଶ୍‌ ପରିଚିତ ହୋଇପାରିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ବୋଟ୍‌ର ୬ ହଜାର ୟୁନିଟ୍‌ ବିକ୍ରି ହୋଇଥାଏ। ଆଉ ପ୍ରତି ମିନିଟରେ ବୋଟ୍‌ର ୪ଟି ପ୍ରଡକ୍ଟ ବିକ୍ରି ହୋଇଥାଏ। ବର୍ତ୍ତମାନ ବୋଟ୍‌ର ୫ ହଜାରରୁ ଅଧିକ ଆଉଟଲେଟ୍‌ ରହିଥିବା ବେଳେ ଏବେ ଦିନକୁ ୧୦,୦୦୦ ୟୁନିଟ୍‌ ବିକ୍ରି ହେଉଛି।

ଅମନ ୨୦୦୮ରେ ପ୍ରିୟା ଡାଗରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ରହିଛି। ଆଗକୁ କେବଳ ଭାରତ ନୁହେଁ ଭାରତ ବାହାରେ ଅଡିଓ କମ୍ପାନୀ ଖୋଲିବାକୁ ଇଚ୍ଛା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.