ପାୱାରବ୍ୟାଙ୍କ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ପଡିପାରନ୍ତି ଏହି ବିପଦରେ

ଫନି ପାଇଁ ବିଜୁଳି ନାହିଁ । ତେଣୁ ଏଭଳି କ୍ଷେତ୍ରରେ ପାଓ୍ଵାରବ୍ୟାଙ୍କର ଚାହିଦା ବଢିଯାଇଛି । ମୋବାଇଲ୍‌ ଚାର୍ଜ କରିବା ପାଇଁ ସମସ୍ତେ ବ୍ୟବହାର କରୁଛନ୍ତି ପାଓ୍ଵାରବ୍ୟାଙ୍କ୍‌ । ତେବେ ପାୱରବ୍ୟାଙ୍କ ଯେତିକି ସୁବଧାଜନକ ସେତିକି ଅସୁବିଧା ମଧ୍ୟ ଉପୁଜାଇଥାଏ । ସାଧାରଣ ଦେଖାଯାଉଥିବା ଏହି ବ୍ୟାଟେରୀକୁ ସଠିକ୍ ଭାବେ ବ୍ୟବହାର ନକରିଲେ ଅନେକ ପ୍ରକାରର ଅସୁବିଧା ଉପୁଜିଥାଏ । ଏଣୁ ଆଜି ଆମେ ଆପଣଙ୍କୁ ପାୱାରବ୍ୟାଙ୍କ୍ ବ୍ୟବହାର କରିବାର କିଛି ସାଧାରଣ ଉପାୟ ବିଷୟରେ କହିବାପାଇଁ ଯାଉଛୁ ।

ପାୱାରବ୍ୟାଙ୍କକୁ ଦିନକୁ ଗୋଟିଏଥର ମୋବାଇଲ ଚାର୍ଜ ପାଇଁ ବ୍ୟବହାର କରିବା ଉଚିତ୍ । କାରଣ ଏହାକୁ ଅଧିକ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀରେ ଅଧିକ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଏହା ଗରମ ହୋଇଯାଇଥାଏ ଏବଂ ଫାଟିବାର ଅଧିକ ସମ୍ଭାବନା ରହିଥାଏ।

ପାୱାରବ୍ୟାଙ୍କକୁ ଭୁଲରେ ମଧ୍ୟ ଶରୀର ବା ସାର୍ଟର ପକେଟ ରେ ରଖିବା ଉଚିତ ନୁହେଁ । ଏହା ଦ୍ବାରା ଶରୀରରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ସାଧାରଣତଃ ସମୟ ବଞ୍ଚାଇବାକୁ ଯାଇ ବ୍ୟକ୍ତିମାନେ ରାତି ତମାମ୍ ପାୱାରବ୍ୟଙ୍କକୁ ଚାର୍ଜ କରିଥାନ୍ତି । କିନ୍ତୁ ଏପରି କରିବା ଦ୍ବାରା ବ୍ୟାଟେରୀରେ ପ୍ରଭାବ ପଡ଼ିବା ସହ ଏହା ଫାଟିବାର ସମସ୍ୟା ମଧ୍ୟ ବଢ଼ିଥାଏ ।କେବେ ମଧ୍ୟ ଭୁଲରେ ଗରମ ସ୍ଥାନରେ ରଖି ପାୱାରବ୍ୟାଙ୍କ ଚାର୍ଜ କରନ୍ତୁ ନାହିଁ । ଏହା ଦ୍ବାରା ଏହା ଫାଟିବା ସହ ଖରାପ ହେବାର ମଧ୍ୟ ସମ୍ଭାବନା ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.