ଓଡ଼ିଶାରେ ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ, ଫନି କେତେ କ୍ଷୟକ୍ଷତି କରିଛି ସେନେଇ କରିବେ ଆକଳନ

ଓଡ଼ିଶାରେ ପହଞ୍ଚିଛନ୍ତି ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୁଲାମନବୀ । ଫନି କେତେ କ୍ଷୟକ୍ଷତି କରିଛି ସେନେଇ ଆକଳନ କରିବେ। ଏହାପରେ AICCଙ୍କୁ ରିପୋର୍ଟ ଦେବେ। ପୁରୀ ମେଡିକାଲ, ବଳିଆ ପଣ୍ଡା ଏବଂ କୋଣାର୍କ ଗସ୍ତ କରି ପିପିଲି ଦେଇ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱରରେ ସାଲିଆ ସାହି ମଧ୍ୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଗୁଲାମନବୀଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.