‘ଫନି’ବିପନ୍ନଙ୍କୁ ସାହାଯ୍ୟ ପାଇଁ ଅଭିନବ ପ୍ରୟାସ, ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କଲେ ଏସ୍‌ପି

ଗଜପତି : ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଫନି ପୀଡ଼ିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି ଥାନା ପରିସରରୁ ଗଜପତି ଏସପି ସାରା ଶର୍ମା ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କରିଥିଲେ । ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ, ପଥଚାରୀମାନଙ୍କ ଠାରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସାହାର‌୍ୟ୍ୟ ଭିକ୍ଷା କରିଥିଲେ ।ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ କର୍ମଚାରୀ ଦିନକର ଦରମା ସହ ଜିଲ୍ଲାପାଳ ଖୋଦ ନିଜର ୬ ଦିନର ଦରମା ଦାନ କରିଛନ୍ତି । ଏଥିସହ ଅନ୍ୟମାନଙ୍କୁ ଦାନ କରିବାକୁ ଆହ୍ଵାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.