‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ସବୁକିଛି ଉଜାଡିଦେଲା ବାତ୍ୟା ଫନି । ଭାଙ୍ଗିଯାଇଛି ଘରଦ୍ୱାର । ଉଜୁଡିଯାଇଛି ଲୋକଙ୍କ ଜୀବନ ଜୀବୀକା । ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୮୮ ବ୍ଲକ । ବିଶେଷ ପ୍ରଭାବିତ ହୋଇଛି ପୁରୀ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର । ସପ୍ତାହେ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଛି । ତେବେ ‘ଫନି’ରେ କେତେ କ୍ଷୟକ୍ଷତି ହୋଇଛି ସେନେଇ ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌ । ରବିବାର ସନ୍ଧ୍ୟାରେ କେନ୍ଦ୍ରୀୟ ଟିମ୍‌ ଲିଡର ଭୁବନେଶ୍ୱରରେ ପହଞ୍ଚିବେ । ମେ’ ୧୨ରୁ ୧୫ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ଟିମ୍‌ । ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବେ । ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏସ୍‌ଆରସିଙ୍କୁ ଜଣାଇଛି । କେନ୍ଦ୍ରୀୟ ଟିମ୍‌ ତୁରନ୍ତ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ତାରିଖରେ ଓଡ଼ିଶାରେ ବାତ୍ୟା ସ୍ଥିତିର ସମୀକ୍ଷା ପରେ ପ୍ରତିଶ୍ରୁତି ଦେଇଥିଲେ । ବାତ୍ୟା ନେଇ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏବେ କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ଅଧିକ ସହାୟତା ପ୍ରଦାନ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.