Below header

ChatGPT ନେଇ ଯାଉଛି ଲୋକଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ChatGPT ପାଇଁ କିଛି ଲୋକଙ୍କ ଚାକିରି ଯାଇଛି । ନିକଟରେ ଜଣେ ମହିଳାଙ୍କ ଚାକିରି ChatGPT ପାଇଁ ଯାଇଛି ।ଏପରିସ୍ଥଳେ ଲୋକ ନିଜର ଚାକିରିକୁ ନେଇ ଡରୁଛନ୍ତି । AI କାରଣରୁ ଚଳିତ ବର୍ଷ ମେ ମାସରେ ପ୍ରାୟ ୪,୦୦୦ ଲୋକ ଚାକିରୀ ହରାଇଥିଲେ ।

କଣ ଲୋକଙ୍କ ଚାକିରି ଚଢ଼ାଇନେବ ChatGPT ? ଏହି ବିବାଦ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲୋକପ୍ରିୟତା ହାସଲ କରିବା ଦିନରୁ ଆରମ୍ଭ ହୋଇଛି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବହୁତ ପୂର୍ବରୁ ଆସିଥିଲେ ମଧ୍ୟ ଏହା ଚଳିତ ବର୍ଷ ଆରମ୍ଭରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲା । ଏପରିସ୍ଥଳେ ଲୋକ ନିଜର ଚାକିରିକୁ ନେଇ ଡରୁଛନ୍ତି ।

AI ଦ୍ୱାରା ଲୋକଙ୍କ କାମ ସହଜରେ ହୋଇପାରୁଛି । AI ଟେକ୍ନୋଲୋଜି ସହିତ ChatGPT ଗତ ବର୍ଷ ନଭେମ୍ବରରେ ଲଞ୍ଚ କରାଯାଇଥିଲା ଏବଂ ମାତ୍ର ୨ ମାସ ମଧ୍ୟରେ ଏହାର ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ୧୦ କୋଟିରେ ପହଞ୍ଚିଥିଲା । ଏଭଳି ଲୋକପ୍ରିୟତା ଏବଂ ସଫଳତା ସତ୍ତ୍ୱେ ChatGPTକୁ ନେଇ ଭୟ ସୃଷ୍ଟି ହୋଇଛି । କାରଣ ଏହା ଦ୍ୱାରା ଲୋକଙ୍କ ଚାକିରି ବିପଦରେ ପଡ଼ିଛି ।

ଏହି ChatGPT ପାଇଁ କିଛି ଲୋକଙ୍କ ଚାକିରି ଯାଇଛି । ନିକଟରେ ଜଣେ ମହିଳାଙ୍କ ଚାକିରି ChatGPT ପାଇଁ ଯାଇଛି । କିନ୍ତୁ ଏହା କେବଳ ଜଣଙ୍କ ସହ ହୋଇଛି ତାହା ନୁହେଁ ଏଭଳି ଅନେକ ଲୋକଙ୍କ ସହ ହୋଇଛି । ମହିଳା କହିଛନ୍ତି ସେ ଜଣେ କପି ରାଇଟର ଏବଂ ଜଣେ ଷ୍ଟାଣ୍ଡ-ଅପ କମେଡିଆନ । ସେ କଣ୍ଟେଟ ରାଇଟିଙ୍ଗ ଭାବେ ଫ୍ରିଲାନ୍ସରେ କାମ କରୁଥିଲେ କିନ୍ତୁ AI ପାଇଁ ତାଙ୍କ ଚାକିରି ଯାଇଛି । ସେ କହିଛନ୍ତି ଆରମ୍ଭରେ ତାଙ୍କୁ କମ କାମ ମିଳିବା ଆରମ୍ଭ ହୋଇଥିଲା । ଏତେ କମ କାମ ମିଳୁଥିବାରୁ ତାଙ୍କର ନିଜ ଦକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କୁ କମ କାମ ମିଳିବାର କାରଣ ହେଉଛି ChatGPT । କ୍ଲାଇଣ୍ଟସ୍‌ କଷ୍ଟ କଟିଙ୍ଗ ପାଇଁ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଅଧିକତର କ୍ଲାଇଣ୍ଟସ୍‌ ଛୋଟ ବ୍ୟବସାୟୀ, ଷ୍ଟାର୍ଟଅପ ଏବଂ ନୂଆ ବ୍ରାଣ୍ଡ ChatGPT ବ୍ୟବହାର କରୁଛନ୍ତି । ଏମାନେ ସମସ୍ତେ ଧିରେ ଧିରେ AIର ସାହଯ୍ୟ ନେବା ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକଙ୍କ ପାଖରେ ବର୍ତ୍ତମାନ ଚାକିରି ନାହିଁ ।

ଓ୍ଵାର୍ଲ୍ଟ ଇକୋନୋମିକ ଫୋରମ୍ ରିପୋର୍ଟ ଅନୁଯାୟୀ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଟୋମେସନ କାରଣରୁ ୨୦୨୫ ସୁଦ୍ଧା ୯୭ ମିଲିୟନ ନୂଆ ନିଯୁକ୍ତି ସୃଷ୍ଟି ହେବ। ତେବେ ଏହି ChatGPTକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି ଯେ ରେକର୍ଡ ସମୟ ମଧ୍ୟରେ ଏହା ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେବ । ଏନେଇ ଲୋକଙ୍କ ଚାକିରି ପାଇଁ ବିପଦ ସୃଷ୍ଟି କରିପାରେ AIର ChatGPT ।

ବିଜନେସ ଇନସାଇଡରର ଏକ ରିପୋର୍ଟ ଅନୁଯାୟୀ, AI କାରଣରୁ ଚଳିତ ବର୍ଷ ମେ ମାସରେ ପ୍ରାୟ ୪,୦୦୦ ଲୋକ ଚାକିରୀ ହରାଇଥିଲେ । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ମେ ମାସରେ ପ୍ରାୟ ୮୦,୦୦୦ ଲୋକଙ୍କୁ ଚାକିରୀରୁ ବାହାର କରାଯାଇଥିଲା, ଯେଉଁଥିରୁ ୩,୯୦୦ ଜଣଙ୍କ ଚାକିରି AI କାରଣରୁ ହିଁ ଯାଇଥିଲା । ରିପୋର୍ଟରୁ ଜଣାପଡିଛି ଯେ ଜାନୁଆରୀରୁ ମେ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ଏବଂ ଅଧିକାଂଶ ଚାକିରୀ ଟେକ ମାର୍କେଟରେ ହିଁ ଯାଇଛି । ତେବେ ChatGPT ଲୋକଙ୍କ ସାହାଯ୍ୟ କରୁଥିଲେ ମଧ୍ୟ ଏହା ଖୁବଶୀଘ୍ର ଲୋକଙ୍କ ଚାକିରି ଚଢ଼ାଇନେବ ବୋଲି ଆଶଙ୍କା ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.