Below header

ଭାରତର ସବୁଠୁ ଶସ୍ତା ବ୍ଲୁ ଟୁଥ୍‌ ଥିବା ବାଇକ୍‌, ଆପଣଙ୍କ ସ୍ମାର୍ଟଫୋନ୍‌ ସହ ହୋଇଯାଏ କନେକ୍ଟ

ନୂଆଦିଲ୍ଲୀ : ଭାରତରେ ବ୍ଲୁ ଟୁଥ ସଂଯୋଗ ଥିବା ବାଇକ୍‌ ଲଞ୍ଚ ହୋଇଛି । ଏହି ବାଇକ୍‌ ହାଇଟେକ୍‌ ହେବା ସହିତ ବହୁତ ପପୁଲାର ହୋଇ ଉଠିଛି ।ଆଜି ଆସନ୍ତୁ ଜାଣିବା ଏମିତି କିଛି ବ୍ଲୁ ଟୁଥ ସଂଯୋଗ ଥିବା ବାଇକ୍‌ ସମ୍ପର୍କରେ ।

Hero Glamour Xtec :

Hero Glamour Xtec ବାଇକ୍‌ ବ୍ଲୁ ଟୁଥ ଫିଚର୍ସ ସହ ସବୁଠୁ ନୂଆ କମ୍ପ୍ୟୁଟର ବାଇକ୍‌ । ଏଥିରେ ପ୍ରୋଗ୍ରାମ ଫ୍ୟୁଲ୍‌ ଇଂଜେକସନ ସହ 125cc BS-VI ଇଂଜିନ ଦ୍ୱାରା ସଂଚାଳିତ ଅଟେ । ଏହା ଅନ୍ୟ ବାଇକ୍‌ ଠାରୁ ୭ ପ୍ରତିଶତ ଅଧିକ ଫ୍ୟୁଲ ଦେଖାଉଥିବା ବାଇକ୍‌ । Hero Glamour Xtec ର ମୂଲ୍ୟ ୭୮,୯୦୦ (ଡ୍ରମ୍‌ ବ୍ରେକ୍‌) ଓ ୮୩,୫୦୦ (ଡିସ୍କ ବ୍ରେକ୍‌) ର ମୂଲ୍ୟ ରହିଛି । ଗ୍ଲେମର ଏକ୍ସଟେକ ସେଗମେଣ୍ଟ ରେ ପ୍ରଥମ ଇଣ୍ଟିଗ୍ରେଟେଡ ୟୁଏସବି ଚାର୍ଜିଂ, କଲ୍‌ ଓ ଏସଏମ୍‌ଏସ୍‌ ଅଲର୍ଟ ସହିତ ବ୍ଲୁ ଟୁଥ୍‌ ଏବଂ ଗୁଗୁଲ ମ୍ୟାପ୍‌ କନେକ୍ଟିଭିଟି ସହ ଟର୍ଣ୍ଣ ବାଏ ଟର୍ଣ୍ଣ ନାଭିଗେସନ ମିଳିଥାଏ ।

Hero Xtreme 200S :

Hero Xtreme 200S ବାଇକ୍‌କୁ ୧,୨୪,୦୦୦ ଟଙ୍କାରେ କିଣାଯାଇପାରେ । ଏହାର ଇଂଜିନ ୧୩.୩ kw ମ୍ୟାକ୍ସିମମ୍‌ ପାଓ୍ଵାର ଜେନେରେଟ କରିଥାଏ । ଏଥିରେ ୧୩୦mm ରେଡିଏଲ୍‌ ଟାଏର ଓ ୨୭୬ mm ଫ୍ରଣ୍ଟ ଡିକ୍ସ ବ୍ରେକ୍‌ ରହିଛି । ଏହା ସହ ବ୍ଲୁ ଟୁଥ କନେକ୍ଟିଭିଟି ଓ ଏଲ୍‌ସିଡି ଡିସ୍‌ପ୍ଲେ ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.