ରାଜ୍ୟରେ ପ୍ଲାଟୋ ସ୍ଥିତିରେ ଅଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧ ହଜାର ୯୧୭ ପଜିଟିଭ୍‌ ଚିହ୍ନଟ, ୬୯ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ଲାଟୋ ସ୍ଥିତିରେ ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୧୭ ପଜିଟିଭ୍‌ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୪୫ ପ୍ରତିଶତ । ଯାହାକି ଗତକାଲିର ସଂକ୍ରମଣ ହାର ସହ ସମାନ ।

୨୪ ଘଣ୍ଟାରେ ୭୮ ହଜାର ୧୩୪ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ସଂକ୍ରମିତ ହୋଇଛନ୍ତି । କଟକରୁ ୨୫୬ ଓ ପୁରୀରୁ ୧୧୮ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୯ ହଜାର ୨୬୧ । ୨୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.