ଆସିଲା ଉଡନ୍ତା ବାଇକ୍ ୧୫ ହଜାର ଫୁଟ ଉଚ୍ଚତାରେ ଉଡିପାରିବ, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ: କିଛି ଦିନ ତଳେ ଉଡୁଥିବା କାରର ସଫଳ ଟେଷ୍ଟିଂ କରାଯାଇଥିଲା। ଏହାର ନାଁ ଏୟାର କାର ରଖାଯାଇଥିଲା। ଉଡି ପାରୁଥିବା ଏହି କାର ଏକ କକପିଟ୍‌ରେ ପରିଣିତ ହୋଇଥିଲା ଓ ଏହି କାର ଗୋଟିଏ ଏୟାର ପୋର୍ଟରୁ ଆଉ ଏକ ଏୟାର ପୋର୍ଟ ପର୍ଯ୍ୟନ୍ତ ୩୫ ମିନିଟରେ ଉଡିକି ପହଁଞ୍ଚି ପାରିବ। କିନ୍ତୁ ଏବେ କେବଳ କାର ନୁହେଁ ବଂର ଉଡନ୍ତା ବାଇକ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି। ଏହି ଉଡନ୍ତା ମୋଟର ସାଇକେଲର ନାଁ ହେଉଛି ପିଓ୍ବାନସ ଏହାକୁ ସ୍ପିଡର ନାମକ ମଧ୍ୟ ପ୍ରଚାରିତ କରାଯାଉଛି। ଏହି ଏୟାର ବାଇକ୍ ସାହାରାରେ ଭର୍ଟିକାଲ ଟେକ୍ ଅଫ୍ ଓ ଲ୍ୟାଣ୍ଡି କରିହେବ। କମ୍ପାନୀର କହିବା ଅନୁସାରେ, ଏହି ମୋଟର ସାଇକେଲ ଆକାଶରେ ୧୫ ହଜାର ଫୁଟ ଉଚ୍ଚତାକୁ ଯାଇପାରେ, ସେଭଳି ଏୟାର କାର ୮୨୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ।

ଜେଟ୍‌ପ୍ୟାକ୍ ଆଭିଏସନ୍‌ର ସୂଚନା ଅନୁସାରେ, ସ୍ପିଡରର ଦୁଇଟି ଭାରିଆଣ୍ଟକୁ ଲଞ୍ଚ କରାଯିବ। ଗୋଟିଏର ବ୍ୟବହାର ସାଧାରଣ ଜୀବନରେ ହେବ ଓ ଅନ୍ୟ ଭାରିଆଣ୍ଟକୁ ମିଲିଟାରି କିମ୍ବା ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯିବ। ଏହି କମ୍ପାନୀ ନିଜର ଓ୍ବେବସାଇଟ୍‌ରେ ଲେଖିଛି ବାଇକ୍ ସମ୍ପୂର୍ଣ୍ଣ ଭାବରେ ଷ୍ଟାବଲାଇଜ୍ ହେବ, ଯାହା କାରଣରୁ ଏଥିରେ ଅତି କମ୍‌ରେ ପାଇଲଟ୍ ଟ୍ରେନିଂ ଦରକାର ହେବ। ଏହି ବାଇକ୍ ବିଷୟରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାର ଟପ୍ ସ୍ପିଡ୍ ୨୪୧ କିଲୋମିଟର ପ୍ରତି ଘଣ୍ଟା ବେଗ୍ ହୋଇପାରେ। ମିଲିଟାରୀ ଏୟାର ବାଇକ୍ ୩୦ ମିନିଟ୍ ପର୍ଯ୍ୟନ୍ତ ଉପରେ ରହିପାରିବେ ଓ ଏହାଉଡା ଏୟାର ବାଇକ୍‌ର ଅନ୍ୟ ଭାରିଆଣ୍ଟ ୧୦ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିପାରିବ।

JetPack- bike

ଏହି ବାଇକ୍‌ ବର୍ତ୍ତମାନ ଜେଟ୍ ଇନ୍ଧନ, ଡିଜେଲ ଓ କିରୋସିନରେ ଚାଲିପାରିବ, କିନ୍ତୁ କମ୍ପାନୀର କହିବା ଅନୁସାରେ, ଏହି ଏୟାର ବାଇକକୁ ନେଇ କିଛି ଏଭଳି ଟେକନିକ୍ ଉପରେ କାମ ହେଉଛି, ଯାହା ପରିବେଶକୁ କମ୍ କ୍ଷତି ପହଁଞ୍ଚାଇଥାଏ। ଜେଟ୍‌ପ୍ୟାକ୍ ଆଭିଏସନ୍‌କୁ ଟିମ୍‌ ଡ୍ରେପରର ମଧ୍ୟ ଖୁବ୍ ସମର୍ଥନ ମିଳିଛି। ଟିମ୍‌ ଏହା ପୂର୍ବରୁ ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ଓ ସ୍ପେସ୍‌ ଏକ୍ସରେ ଇଭେଣ୍ଟ କରିସାରିଛନ୍ତି। କମ୍ପାନୀ ଏବେଠାରୁ P2 ନାମରେ ନୂଆ ମଡେଲ ଉପରେ କାମ କରୁଛି। ଏହି ବାଇକ୍ ଜେଟ୍ କାର୍ବାଇନରେ ଚାଲିବ ଓ ଏଥିରେ ଦୁଇଜଣ ଲୋକ ବସିପାରିବେ। କମ୍ପାନୀ ଏହି ପ୍ରୋଟୋଟାଇପ୍‌ ସଫଳ ଟେଷ୍ଟିଂ କାର୍ଲିଫର୍ଣ୍ଣିଆରେ କରାଯାଇଛି। ଜେଟ୍‌ପ୍ୟାକ୍ ଆଭିଏସନ୍‌ର ସିଇଓ ଡେଭିଡ୍‌ ମେନନଙ୍କ କହିବା ଅନୁସାରେ, ଏହି ବାଇକ୍‌ର ମୂଲ୍ୟ ୩ ଲକ୍ଷ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କା ଆଖପାଖରେ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.