ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି ।

ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ ଟିକା ନେବା ପରେ ସମୁଦାୟ ଡୋଜ୍‌ ସଂଖ୍ୟା ୧କୋଟି ୫୦ ଲକ୍ଷ ୧ହଜାର ୧୨୬କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.