CoWin ପୋର୍ଟାଲରେ ଯୋଡି ହେଲା ନୂଆ ଫିଚର, ଏବେ ଭ୍ଯାକସିନ ଲଗାଇବା ପୂର୍ବରୁ ଦେଖାଇବାକୁ ପଡିବ କୋଡ୍

କରୋନା ଟିକା ପଞ୍ଜୀକରଣ ପାଇଁ ତିଆରି ହୋଇଥିବା Cowin Portal ରେ ଲୋକଙ୍କ ଚିନ୍ତା ଦୂର କରିବା ପାଇଁ ନୂଆ ଫିଚର ଯୋଡିଛି। କିଛି ଲୋକ ଅଭିଯୋଗ କରୁଛନ୍ତି କି, ଭ୍ଯାକସିନ ଡୋଜ ନ ନେଇ ମଧ୍ୟ ପୋର୍ଟାଲରେ ଭ୍ଯାକସିନ ସାର୍ଟିଫିକେଟ ଜେନେରେଟ ହେଉଛି। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ଯଦି ଆପଣ କୋୱିନ ପୋର୍ଟାଲରେ ରେଜିଷ୍ଟ୍ରସନ କରିଛନ୍ତି ଏବଂ ଟିକାକରଣ ପାଇଁ ସ୍ଲଟ ଚୟନ କରିଛନ୍ତି, ତେବେ ଆପଣଙ୍କ ପାଖକୁ ଏକ କୋଡ ମିଳିବ। ଏବେ ଏହି କୋଡକୁ ଆପଣ ଭ୍ଯାକସିନ ସେଣ୍ଟରରେ ଭ୍ଯାକସିନ ନେବା ପୂର୍ବରୁ ଦେଖାଇବାକୁ ହେବ।

କେନ୍ଦ୍ରୀୟ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରଣାଳୟ ଏହା ସମ୍ବନ୍ଧରେ ଏକ ବୟାନ ଜାରି କରିଛି। ପୂର୍ବରୁ ଅଭିଯୋଗ ହୋଇଥିଲା କି, ଟିକାକରଣ ପାଇଁ ପଞ୍ଜୀକରଣ କରିଥିବା କିଛି ବ୍ଯକ୍ତିଙ୍କ ସ୍ଲଟରେ ଆଉ କିଏ ଟିକା ନେଉଛି। ତେଣୁ ଯଦି ଆପଣ ସ୍ଲଟ ବୁକ୍ କରିଛନ୍ତି, ଆଉ ଆପଣଙ୍କ ସ୍ଲଟରେ ଆଉ କିଏ ଟିକା ନେଇପାରିବେ ନାହିଁ। ଏବେ ଟିକା ନେବା ପୂର୍ବରୁ ଟିକା କେନ୍ଦ୍ରରେ ସୁରକ୍ଷା ପାଇଁ ଆସିଥିବା ୪ ଅଙ୍କ ବିଶିଷ୍ଟ କୋଡକୁ ଦେଖାଇବାକୁ ପଡିବ। ଯାହା ଆପଣଙ୍କ ରେଜିଷ୍ଟ୍ରେସନ କରିଥିବା ମୋବାଇଲକୁ ଆସିଥିବ।

ଏମିତି କରନ୍ତୁ ପଞ୍ଜୀକରଣ:

ପ୍ରଥମେ ବ୍ରାଉଜର ଓପନ କରି Cowin.gov.in ୱେବସାଇଟ ଖୋଲନ୍ତୁ।

ଏବେ ସ୍କ୍ରିନର ଉପର ଡାହାଣ ପଟରେ Register/Sign In Yourself ଲେଖା ହୋଇଥିବ। ସେଠାରେ କ୍ଲିକ କରନ୍ତୁ।

ଏହା ପରେ Register or sign in for Vaccination ଠିକ୍ ତଳେ ନିଜର ମୋବାଇଲ ନମ୍ବର ଟାଇପ କରନ୍ତୁ। ଏହା ପରେ ଆପଣଙ୍କୁ ଏକ ଓଟିପି ଆସିବ। ଓଟିପି ଦେବା ପରେ ରେଜିଷ୍ଟ୍ରସନ ପୋର୍ଟାଲ ଖୋଲିଯିବ।

ତା’ପରେ ସେଠାରେ ମାଗିଥିବା ସମସ୍ତ ବିବରଣୀକୁ ପ୍ରଦାନ କରନ୍ତୁ। ଯେଉଁ ପରିଚୟ ପତ୍ର ଦେଇ ପଞ୍ଜିକରଣ କରିଥିଲେ, ତାହାକୁ ନେଇ ଆପଣ ଟିକାକରଣକୁ କେନ୍ଦ୍ରକୁ ଯାଇ ଟିକାଦାନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.