Below header

୧୬ ଘଣ୍ଟା ଚାଲିବ dell ର ଏହି ନୂଆ ଲାପଟପ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

dell ନିକଟରେ ନିଜର Inspiron 14 ଲାପଟପର ଅପଡେଟେଡ ଭର୍ସନକୁ ଲଞ୍ଚ୍‌ କରିଛି । କିନ୍ତୁ ଲାପଟପ୍‌ ନିର୍ମାତା ଏହି ନୂଆ ସିଷ୍ଟମରେ ଇଣ୍ଟେଲ ପ୍ରୋସେସର ସ୍ଥାନରେ ସ୍ନାପଡ୍ରାଗନ୍‌ ଚିପସେଟ ଦେଇଛି । ଏହି ସ୍ନାପଡ୍ରାଗନ ପ୍ରୋସେସର ARM ଆର୍କେଟେକଚର ଉପରେ ବେସଡ ରହିଛି, ଯାହାକୁ ସାଧାରତଣଃ ସ୍ମାର୍ଟଫୋନ ଏବଂ ଟ୍ୟାବଲେଟ ପ୍ରୋସେସରରେ ବ୍ୟବହାର କରାଯାଏ ।

dell ନିକଟରେ ନିଜର Inspiron 14 ଲାପଟପର ଅପଡେଟେଡ ଭର୍ସନକୁ ଲଞ୍ଚ୍‌ କରିଛି । କିନ୍ତୁ ଲାପଟପ୍‌ ନିର୍ମାତା ଏହି ନୂଆ ସିଷ୍ଟମରେ ଇଣ୍ଟେଲ ପ୍ରୋସେସର ସ୍ଥାନରେ ସ୍ନାପଡ୍ରାଗନ୍‌ ଚିପସେଟ ଦେଇଛି । ଏହି ସ୍ନାପଡ୍ରାଗନ ପ୍ରୋସେସର ARM ଆର୍କେଟେକଚର ଉପରେ ବେସଡ ରହିଛି, ଯାହାକୁ ସାଧାରତଣଃ ସ୍ମାର୍ଟଫୋନ ଏବଂ ଟ୍ୟାବଲେଟ ପ୍ରୋସେସରରେ ବ୍ୟବହାର କରାଯାଏ । ନୂଆ Inspiron 14 ଲାପଟପ୍‌ ପ୍ରଥମ ଏମିତି ଓ୍ଵିଣ୍ଡୋଜ୍‌ ଲାପଟପ, ଯାହା ARMରେ ବେସଡ ରହିଛି ।

ଡେଲ ଇନ୍ସପିରନ୍‌ ୧୪ ଲାପଟପରେ ସ୍ନାପଡ୍ରାଗନ 8cx Gen 2 Compute ପ୍ଲାଟଫର୍ମ ଦିଆଯାଇଛି । ଏହି ଲାପଟପକୁ ନେଇ ଦାବି କରାଯାଉଛି ଯେ ଏଥିରେ ୧୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍‌ ମିଳିବ । କିନ୍ତୁ ବ୍ୟାଟେରୀ ଲାଇଫ ଆପଣଙ୍କ ଲାପଟପ୍‌ ୟୁଜ୍‌ କରିବାର ତରିକା ଉପରେ ନିର୍ଭର କରିଥାଏ । କମ୍ପାନୀର କହିବାକଥା ଯେ ନୂଆ ସ୍ନାପଡ୍ରାଗନ ଚିପସେଟ କମ୍‌ ବ୍ୟାଟେରୀ ଖର୍ଚ୍ଚ କରିଥାଏ । ଏବଂ ଏଥିରେ ବହୁତ ଅଧିକ ହିଟ୍‌ ବାହାରିନଥାଏ । ଯାହାଫଳରେ ନୂଆ ଡେଲ ଲାପଟପରେ ଲାଟେଷ୍ଟ ଫ୍ୟାନ୍‌ ଦିଆଯାଇନାହିଁ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ M1 ଏବଂ M2 ଚିପସେଟ ସହିତ ଆସୁଥିବା ଲାଟେଷ୍ଟ ମ୍ୟାକବୁକ ଏୟାର ମଧ୍ୟ ଫ୍ୟାନ ଲେସ୍‌ ।

ନୂଆ ଡେଲ ଇନ୍ସପିରନ୍‌ ଲାପଟପ୍‌ ୮ ଜିବି ରାମ ଏବଂ ୨୫୬ଜିବି SSD ସହିତ ଆସିଥାଏ । ନୂଆ ଡେଲ ଲାପଟରେ କ୍ୱାଲକମ୍‌ ଏଆଇ ଇଞ୍ଜିନ୍‌ ସପୋର୍ଟ ମିଳିଥାଏ । ଯାହା ସାହାଯ୍ୟରେ େଓ୍ଵବକ୍ୟାମ୍‌ ବ୍ୟବହାର କରିବା ସମୟରେ ଓଭରଅଲ ଅଡିଓ ଏବଂ ଭିଜୁଆଲ ଏକ୍ସପିରିୟନ୍ସ ଭଲ ହେବ । ଡେଲ ଇନ୍ସପିରନ୍‌ ୧୪ ସ୍ନାପଡ୍ରାଗନ ଏଡିସନରେ ୧୩ ଇଞ୍ଚ୍‌ ଫୁଲ ଏଚଡି ସ୍କ୍ରୀନ୍‌ ଦିଆଯାଇଛି, ଯାହାର ରିଫ୍ରେସରେଟ ୬୦ଏଚଜେଡ ରହିଛି ।

dell ର ଏହି ଲାପଟପ୍‌ ଓ୍ଵିଣ୍ଡୋଜ୍‌ ୧୧ ସହିତ ଆସିଥାଏ । ଏହି ଡିଭାଇସରେ ଡୁଆଲ ଡିଜିଟାଲ ମାଇକ୍ରୋଫୋନ୍‌ ସହିତ ୧୦୮୦ ପିକ୍ସେଲ େଓ୍ଵବକ୍ୟାମ ଦିଆଯାଇଛି । ଏହି ଲାପଟପରେ କ୍ୱାଲକମ୍‌ Aqstic ଅଡିଓ ଟେକ୍ନୋଲୋଜି ସହିତ ଦୁଇଟି ସ୍ପିକର୍ସ ଦିଆଯାଇଛି । କନେକ୍ଟିଭିଟୀ ପାଇଁ ଡେଳ ଇନ୍ସପିରନ୍‌ ୧୪ ଲାପଟପରେ ୟୁଏସବି ଟାଇପ-ସି ପୋର୍ଟ ଦିଆଯାଇଛି । ୟୁଏସବି ଟାଇପ୍‌ ଏ ପୋର୍ଟ ଜରିଆରେ ୬୫ଓ୍ଵାଟ ଚାର୍ଜର ମିଳିଥାଏ ।

ଏହାବ୍ୟତୀତ ଏହି ଡିଭାଇସରେ 3.2 Gen 2 Type-c ପୋର୍ଟ, ହେଡଫୋନ ଜ୍ୟାକ୍‌, ଟ୍ରାଇ-ବ୍ୟାଣ୍ଡ ଓ୍ଵାଇ-ଫାଇ ୬, ବ୍ଲୁଟୁଥ୍‌ ୫.୨ ଏବଂ ମାଇକ୍ରୋଏସଡି କାର୍ଡ ରିଡର ମଧ୍ୟ ଦିଆଯାଇଛି । ଯଦିଓ dell Inspiron 14 Laptopକୁ ଆମେରିକାରେ ୫୦୦ ଡଲାର ପ୍ରାୟ ୪୧,୩୭୦ ଟଙ୍କାରେ ଲଞ୍ଚ୍‌ କରାଯାଇଛି । କିନ୍ତୁ ଯଦିଓ ଇନ୍ସପିରନ ୧୪ ସ୍ନାପଡ୍ରାଗନ ଏଡିସନକୁ ଭାରତରେ ଲଞ୍ଚ୍‌ କରାଯିବା ବିଷୟରେ କୌଣସି ସୂଚନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.